Breaking PLUSଓଡ଼ିଶାଦେଶ ବିଦେଶମୁଖ୍ୟ ଖବର

ଘରୁ ଡାକି ନେଇ ପୋଲିସ ଅଧିକାରୀଙ୍କୁ ହତ୍ୟା କଲେ ମାଓବାଦୀ

ଛତିଶଗଡ ସୀମାନ୍ତ ସୁକୁମାରେ ମାଓବାଦୀ ମାନେ ବର୍ବରକାଣ୍ଡ ଘଟାଇଛନ୍ତି। ମାଓବାଦୀ ମାନେ ଘରୁ ଡାକି ନେଇ ଜଣେ ଅତିରିକ୍ତ କନେଷ୍ଟବଳଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଛତିଶଗଡ଼ ସୀମାନ୍ତ ସୁକୁମା ଜିଲ୍ଲା ପେନ୍ତା ଗାଁରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ସୂଚନା ଅନୁଯାୟୀ, ଘରକୁ ଛୁଟିର ଆସିଥିବା ବେଳେ ଗତକାଲି ରାତି ପ୍ରାୟ ୧୦ଟାରେ ଅତିରିକ୍ତ କନେଷ୍ଟବଳଙ୍କୁ ଘରୁ ଡାକି ନେଇ ହତ୍ୟା କରିଛନ୍ତି ମାଓବାଦୀ । ଲାଠି ଓ ଧାରୁଆ ଅସ୍ତ୍ରରେ ମାଓବାଦୀମାନେ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏନେଇ ସମ୍ପୃକ୍ତ ଅଧିକାରୀଙ୍କ ପତ୍ନୀ କହିଛନ୍ତି ଯେ ଆମେ ଶୋଇଥିବା ବେଳେ ୫ଜଣ ଘରେ ପଶି ଯାଇଥିଲେ । ଯାାହା ପରେ ସେମାନେ ମୋ ସ୍ୱାମୀଙ୍କୁ ଧରିବା ସହ ଟ୍ରାକ୍ଟର ଚାବି ଓ ଫୋନ୍ ମାଗିଥିଲେ । ପରବର୍ତ୍ତୀ ସମୟରେ ସେମାନେ ତାଙ୍କୁ ହତ୍ୟା କରିଥିଲେ ।

Show More

Related Articles

Back to top button