Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଆଜି ଆଉ ୧୭ ଜଣଙ୍କ ଜୀବନ ନେଲା ମହାମାରୀ କରୋନା

କରୋନା ମୃତ୍ୟୁରେ ରୋକ୍ ଲାଗୁନି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ଆଉ ୧୭ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା । ଏଥିସହ ମୃତ୍ୟୁସଂଖ୍ୟା ୨୨୩୨କୁ ବୃଦ୍ଧି ପାଇଛି । ଅନୁଗୁଳ ଓ ଖୋର୍ଦ୍ଧାରୁ ସର୍ବାଧିକ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି ।

ଅନୁଗୁଳରେ ଜଣେ ୭୫ ବର୍ଷିଅ ମହିଳାଙ୍କ ସହ ୮୯ ବର୍ଷିଅ ପୁରୁଷ ଓ ୫୬ ବର୍ଷିଅ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେହିଭଳି ବାଲେଶ୍ୱରରେ ୩୮ ବର୍ଷିଅ ପୁରୁଷ କରୋନାରେ ପ୍ରାଣ ହରାଇଛନ୍ତି । ବୌଦ୍ଧରୁ ୪୫ ବର୍ଷିଅ ପୁରୁଷ, ଭୁବନେଶ୍ୱରରେ ୭୬ ବର୍ଷିଅ ପୁରୁଷ ଏବଂ ୫୮ ବର୍ଷିଅ ମହିଳାଙ୍କ ମୃତ୍ୟୁ ହୋଇଛି ।

ସେହିଭଳି ଢେଙ୍କାନାଳ ଜିଲ୍ଲାରେ ଜଣେ ୪୨ ବର୍ଷିଅ ପୁରୁଷ ପ୍ରାଣ ହରାଇଥିବା ବେଳେ ଗଞ୍ଜାମର ୬୨ ବର୍ଷିଅ ପୁରୁଷଙ୍କ ମୃତ୍ୟୁ ହୋଇଛି । କଳାହାଣ୍ଡିରେ ୫୪ ଓ ୩୩ ବର୍ଷିଅ ୨ ଜଣ ପୁରୁଷଙ୍କ ମୃତ୍ୟୁ ହୋଇଥିବା ବେଳେ ଖୋର୍ଦ୍ଧାର ୫୫ ବର୍ଷିଅ ମହିଳା ଆଖି ବୁଜିଛନ୍ତି ।

ନୂଆପଡ଼ାରେ ଜଣେ ୬୧ ବର୍ଷିଅ ପୁରୁଷ ଓ ଜଣେ ୪୮ ବର୍ଷି ମହିଳାଙ୍କ ମୃତ୍ୟୁ ହୋଇଛି । ପୁରୀରେ ୬୩ ବର୍ଷିଅ ପୁରୁଷ କୋଭିଡରେ ପ୍ରାଣ ହରାଇଛନ୍ତି । ସୁନ୍ଦରଗଡ଼ରେ ୩୪ ଓ ୬୨ ବର୍ଷିଅ ୨ ଜଣ ପୁରୁଷଙ୍କ ଜୀବନ ନେଇଛି ମହାମାରୀ କରୋନା ।

Show More

Related Articles

Back to top button