Breaking PLUSଓଡ଼ିଶାମୁଖ୍ୟ ଖବର

ଅଗଷ୍ଟ ୧ରୁ କାର୍ଯ୍ୟକ୍ଷମ ହେବ ଖଲିକୋଟ୍‌ ଏକକ ବିଶ୍ୱବିଦ୍ୟାଳୟ

ଚଳିତ ବର୍ଷ ଅଗଷ୍ଟ ୧ ତାରିଖରୁ ନବଗଠିତ ଖଲିକୋଟ୍‌ ଏକକ ବିଶ୍ୱବିଦ୍ୟାଳୟ କାର୍ଯ୍ୟକ୍ଷମ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ପୂର୍ବରୁ ଘୋଷଣା କରିଥିବା ବେଳେ ଆଜି ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।

ତେବେ ଖଲିକୋଟ୍‌ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଅପଗ୍ରେଡ୍‌ କରାଯାଇଛି ବୋଲି ରାଜ୍ୟ ଉଚ୍ଚଶିକ୍ଷା ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର କହିଛନ୍ତି। ତେବେ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ୧୯୮୯ର ଧାରା ୩୨ର ଉପଧାରା (୧) ଓ (୨)ରେ ଦିଆଯାଇଥିବା କ୍ଷମତା ଅନୁସାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ଖଲିକୋଟ୍‌ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଅପଗ୍ରେଡ୍‌ କରାଯାଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।

Show More

Related Articles

Back to top button