Breaking PLUSଦୁର୍ଘଟଣାମୁଖ୍ୟ ଖବର

ଶାଳନ୍ଦୀ ନଦୀରେ ବୁଡ଼ି ନାବାଳକ ନିଖୋଜ

ଭଦ୍ରକ : ଶାଳନ୍ଦୀ ନଦୀରେ ବୁଡ଼ି ଜଣେ ନାବାଳକ ବୁଡି ନିଖୋଜ ହୋଇଯାଇଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନାବାଳକକୁ ଖୋଜାଖୋଜି କରୁଛନ୍ତି। ଆଜି ସକାଳେ ୩ ଜଣ ନାବାଳକ ଶାହାପୁର ଘାଟରେ ଗାଧୋଉଥିଲେ। ଏହି ସମୟରେ ସେମାନଙ୍କ ଗୋଡ଼ ଖସିଯିବାରୁ ୩ ଜଣ ଯାକ ଭାସି ଯାଇଥିଲେ। ପିଲାମାନେ ଭାସିଯାଉଥିବା ଦେଖି ସ୍ଥାନୀୟ ଲୋକ ୨ ଜଣଙ୍କୁ ଉଦ୍ଧାର କରିଥିଲେ। ହେଲେ ଅନ୍ୟ ନାବାଳକ ଜଣଙ୍କ ବହୁ ଦୂରକୁ ଭାସି ଯାଇଥିଲେ। ଯାହାଫଳରେ ନାବାଳକ ଜଣକୁ ଉଦ୍ଧାର କରି ହେଲାନି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଖୋଜ ଥିବା ନାବାଳକକୁ ଖୋଜାଖୋଜି କରୁଛନ୍ତି।

 

Show More

Related Articles

Back to top button