ଓଡ଼ିଶାସ୍ୱତନ୍ତ୍ର

ଚିଲିକାରୁ ଉଦ୍ଧାର ହେଲା ୫ ଫୁଟର ମୃତ ଡଲଫିନ୍‌

ବାଲୁଗାଁ : ଚିଲିକାରେ ଗତ କିଛି ବର୍ଷ ହେବ ଅନେକ ପ୍ରକାର କାରଣ ପାଇଁ ‘ଇରାୱାଡ଼ି’ ପ୍ରଜାତିର ଡଲଫିନଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଗତ ମଙ୍ଗଳବାର ଦିନ ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଅଧୀନ କଳିଯୁଗେଶ୍ୱର ପାହାଡ଼ ନିକଟରୁ ମଙ୍ଗଳବାର ଏକ ୫ଫୁଟ ଲମ୍ବର ମୃତ ଡଲଫିନକୁ ଜବତ କରାଯାଇଛି ।

ସୂଚନା ମୁତାବକ, ପହଲି ରଜ ପାଇଁ ସ୍ଥାନୀୟ ଲୋକେ ଏବଂ ପର୍ଯ୍ୟଟକ ଚିଲିକା ସଂଲଗ୍ନ ଉକ୍ତ କଳିଯୁଗେଶ୍ୱର ପାହାଡ଼କୁ ବୁଲିବା ପାଇଁ ଯାଇଥିଲେ । ମଧ୍ୟାହ୍ନରେ ଉକ୍ତ ପାହାଡ଼ ତଟ ଚିଲିକା ଜଳରେ ଏକ ଡଲଫିନ୍‌ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ଖବରପାଇ ବାଲୁଗାଁ ବନ୍ୟପ୍ରାଣୀ ବିଭାଗ କର୍ମଚାରୀ ପହଞ୍ଚତ୍ ଉକ୍ତ ମୃତ ଡଲଫିନକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।ତେବେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ ବୋଲି ବିଭାଗୀୟ ଡିଏଫ୍‌ଓ କହିଛନ୍ତି।

ସୂଚନାଥାଉ କି, ପୁରୀ ଜିଲା ସାତପଡ଼ା ଅଞ୍ଚଳକୁ ଡଲଫିନ୍‌ ଅଭୟାରଣ୍ୟଭାବେ ଚିହ୍ନଟ କରାଯାଇଛି। ବାଲୁଗାଁ ଠାରୁ ନଳବଣ ଏବଂ କାଳିଜାଈ ମଧ୍ୟରେ ପ୍ରାୟ ୧୫ରୁ ଊର୍ଦ୍ଧ୍ୱ ଡଲଫିନ୍‌ ଜଳକ୍ରୀଡ଼ା କରୁଥିବା ବେଳେ ପର୍ଯ୍ୟଟକଙ୍କୁ ଏହା ମନୋରଞ୍ଜନ ଦେଇଥାଏ। ଏହି ଡଲଫିନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ଗ୍ରହଣ କରାଯିବାକୁ ସାଧାରଣରେ ଦାବି ହେଉଛି।

Show More

Related Articles

Back to top button