ଓଡ଼ିଶାଦେଶସ୍ୱତନ୍ତ୍ର

ସୁନା ଦରରେ ହ୍ରାସ , ଦେଖନ୍ତୁ ଆଜିର ସୁନା ଓ ରୁପା ମୂଲ୍ୟ

ପ୍ରତିଦିନ ଭାରତୀୟ ବଜାରରେ ସୁନା ଓ ରୁପା ଦରରେ ପରିବର୍ତ୍ତନ ଘଟିଥାଏ । କେବେ ମୂଲ୍ୟ ହ୍ରାସ ପାଇଥାଏ ତ ପୁଣି କେବେ ବୃଦ୍ଧି । ତେବେ ଆଜି ଏହାର ମୂଲ୍ୟ କମି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୪୮ ହଜାର ୩୬୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୫୨ ହଜାର ୭୬୦ ଟଙ୍କା ହୋଇଛି।

ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୭,୪୦୦ ଟଙ୍କା ଓ ୫୧,୭୧୦ ଟଙ୍କା ହୋଇଛି ।ଦେଶର ପ୍ରମୁଖ ସହରମାନଙ୍କରେ ମଧ୍ୟ ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୪୭, ୪୦୦ ଟଙ୍କା ଓ ୫୧,୭୬୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୭,୪୦୦ ଟଙ୍କା ଓ ୫୧,୭୧୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୭,୫୫୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୧,୮୮୦ ଟଙ୍କା ଥିବା ରେକର୍ଡ ହୋଇଛି। ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୭,୪୦୦ ଟଙ୍କା ଓ ୫୧,୭୧୦ ଟଙ୍କା ରହିଛି।

ସେହିପରି ଆଜି ରୁପା ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି। ଆଜି ରୁପା କିଲୋଗ୍ରାମ ପ୍ରତି ୬୧,୦୦୦ ହଜାର ୫୦୦ ରହିଛି।

Show More

Related Articles

Back to top button