ଓଡ଼ିଶାଦୁର୍ଘଟଣାସ୍ୱତନ୍ତ୍ର

ନରେନ୍ଦ୍ର ପୋଖରୀରେ ଗାଧଉଥିବା ସମୟରେ ବୁଡିଯାଇ ଯୁବକଙ୍କ ମୃତ୍ୟୁ

ପୁରୀ : ନରେନ୍ଦ୍ର ପୋଖରୀରେ ଗାଧଉଥିବା ସମୟରେ ବୁଡିଯାଇ ଯୁବକଙ୍କ ମୃତ୍ୟୁ ।  ମୃତକ ହେଲେ ଯାଜପୁର ବରୀ ଅଞ୍ଚଳର ସ୍ମୃତି ରଞ୍ଜନ ସାହୁ ।

ମିଳିଥିବା ସୂଚନା ଅନୁଯାୟୀ ,  ଗତକାଲି ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ହୋଇଥିଲା । ତେଣୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ସ୍ମୃତି ଏବଂ ତାଙ୍କ ପାଞ୍ଚଜଣ ସାଙ୍ଗ ପୁରୀ ଆସିଥିଲେ । ଆଜି ଘରକୁ ଫେରିବା ପୂର୍ବରୁ ନରେନ୍ଦ୍ର ପୁଷ୍କରିଣୀରେ ସ୍ନାନ କରୁଥିଲେ , ଏବଂ ଏହି ସମୟରେ ସେ ହଠାତ୍ ବୁଡିଯାଇଥିଲେ । ସ୍ଥାନୀୟ ବାସିନ୍ଦା ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।

Show More

Related Articles

Back to top button