ଦେଶ ବିଦେଶମୁଖ୍ୟ ଖବର

ଓମିକ୍ରନ୍ କବଳରେ ସାଢେ ୩ ବର୍ଷର ଶିଶୁ

ମହାରାଷ୍ଟ୍ରରେ ଓମିକ୍ରନର ୭ ନୂଆ କେସ୍, ବଢିଲା ଚିନ୍ତା

ମହାରାଷ୍ଟ୍ରରେ ଶୁକ୍ରବାର ଦିନ ଓମିକ୍ରନ୍ ଭାରିଆଣ୍ଟର ୭ଟି ନୂଆ ମାମଲା ଆସିବା କାରଣରୁ ଚିନ୍ତା ବଢିଛି । ଏଥିମଧ୍ୟରୁ ମୁମ୍ବାଇରେ ତିନୋଟି ମାମଲା ଦେଖିବାକୁ ମିଳିଛି । ବାକି ମାମଲା ପିମ୍ପିରିରେ ଦେଖିବାକୁ ମିଳିଛି । ସରକାର ପକ୍ଷରୁ ସ୍ପଷ୍ଟ କରାଯାଇଛି ଏପର୍ଯ୍ୟନ୍ତ ମିଳିଥିବା ସମସ୍ତ ନୂତନ ମାମଲାରେ ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳିଛି । ପ୍ରଥମ ଥର ପାଇଁ ଭାରତର ଗୋଟିଏ ଶିଶୁରେ ଓମିକ୍ରନ୍ ସଂକ୍ରମଣର ଶିକାର ହୋଇଛି । ଏସବୁକୁ ମିଶାଇ ଭାରତରେ ଓମିକ୍ରନ୍ ଭାରିଆଣ୍ଟର ୩୨ଟି ମାମଲା ଚିହ୍ନଟ ହୋଇଛି । ତେବେ ମୋଟ ଭାବରେ ମହାରାଷ୍ଟ୍ରରେ ୧୭ ଟି ଓମିକ୍ରନ୍ ମାମଲା ରହିଛି ।

ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି ଅନୁଯାୟୀ ରବିବାର ଦିନ ମହାରାଷ୍ଟ୍ରରେ ଓମିକ୍ରନ୍ ର ୭ଟି ନୂଆ ମାମଲା ଦେଖିବାକୁ ମିଳିଛି । ମୁମ୍ବାଇରେ ମିଳୁଥିବା ତିନୋଟି ଓମିକ୍ରନ୍ ରୋଗୀଙ୍କ ବୟସ ୪୮ ବର୍ଷ, ୨୫ ବର୍ଷ ଏବଂ ୩୭ ବର୍ଷ । ଏହି ତିନିଜଣ ଯଥାକ୍ରମେ ତାଞ୍ଜାନିଆ, ବ୍ରିଟେନ ଏବଂ ଦକ୍ଷିଣ ଆଫ୍ରିକା ରୁ ଫେରି ଆସିଥିଲେ । ଯେତେବେଳେ କି ପିମ୍ପିରି ଚିଞ୍ଚୱାଡ ମ୍ୟୁନିସିପାଲିଟି କର୍ପୋରେସନରେ ମିଳିଥିବା ଚାରୋଟି ମାମଲା ନିକଟରେ ଏକ ଓମିକ୍ରନ୍ ସଂକ୍ରମିତ ନାଇଜେରିଆ ମହିଳାଙ୍କ ସଂସ୍ପର୍ଶରେ ଆସିଥିଲେ ।

Show More

Related Articles

Back to top button