ଦେଶ ବିଦେଶମୁଖ୍ୟ ଖବର

ଓମିକ୍ରନ: ମୁମ୍ବାଇରେ ଦୁଇଦିନ ୧୪୪ ଧାରା, ରାଲି ଓ ଶୋଭାଯାତ୍ରା ବନ୍ଦ

ମୁମ୍ବାଇରେ ୧୪୪ ଧାରା ଲାଗୁ । ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରୁ ମୁମ୍ବାଇରେ ଦୁଇ ଦିନ ଲାଗି ୧୪୪ ଧାରା ଜାରି କରାଯାଇଛି ।

ମହାରାଷ୍ଟ୍ରରେ ଆଉ ୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ ଜଣେ ୩ ବର୍ଷର ଶିଶୁ ରହିଛି । ସଂକ୍ରମଣର ଚେନ୍ ଭାଙ୍ଗିବାକୁ ଆଜି ଓ ଆସନ୍ତାକାଲି ମୁମ୍ବାଇରେ ଏହି କଟକଣା ଜାରି ରହିବ । ଦୁଇ ଦିନ ପାଇଁ ମୁମ୍ବାଇରେ ରାଲି ଓ ଶୋଭାଯାତ୍ରା ସମ୍ପୂର୍ଣ୍ଣ ବାରଣ କରାଯାଇଛି ।

ମହାରାଷ୍ଟ୍ରରେ ଏଯାଏ ୧୭ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେଣି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ କୁ ବୃଦ୍ଧି ପାଇଛି । ତେବେ ଓଡ଼ିଶାରେ ଏପର୍ଯ୍ୟନ୍ତ ଓମିକ୍ରନ ପଜିଟିଭ ଚିହ୍ନଟ ହୋଇନଥିବା ବେଳେ ବିଦେଶ ଫେରନ୍ତାଙ୍କ ଉପରେ କଡା ନଜର ରଖାଯାଇଛି।

Show More

Related Articles

Back to top button