Breaking PLUSଓଡ଼ିଶାମୁଖ୍ୟ ଖବର

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡି ଉପରକୁ ଆକ୍ରମଣ

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡି ଉପରକୁ ଆକ୍ରମଣ। ଆକ୍ରମଣ ଘଟଣାରେ ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ସଞ୍ଜୟ ମହାନ୍ତିଙ୍କ ନାଁରେ ଟାଉନ୍‌ ଥାନାରେ ଏତଲା ହୋଇଛି

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡି ଉପରକୁ ଆକ୍ରମଣ। ଆକ୍ରମଣ ଘଟଣାରେ ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ସଞ୍ଜୟ ମହାନ୍ତିଙ୍କ ନାଁରେ ଟାଉନ୍‌ ଥାନାରେ ଏତଲା ହୋଇଛି। ଥାନାରେ ଅଭିଯୋଗ ପରେ ସଞ୍ଜୟଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି। ତାଙ୍କ ସହ ମୋଟ୍‌ ୫ ଜଣଙ୍କ ନାଁରେ ଟାଉନ ଥାନାରେ ଏତଲା ଦିଆଯାଇଛି। ଅନ୍ୟମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ ଜାରି ରଖିଛି।

ସୂଚନାଯୋଗ୍ୟ,ଗତକାଲି ରାତିରେ କାଶୀପୁରଠାରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଗାଡିକୁ ଆକ୍ରମଣ ସହ ଡ୍ରାଇଭର ଓ ପିଏସଓଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ।ଏଥିରେ ପିସିସି ସଭାପତି ଅଳ୍ପକେ ବର୍ତ୍ତିଯାଇଥିଲେ। ଏକ ବୋଲେରୋରେ ଆସି ତାଙ୍କ ଗାଡିକୁ ଅଟକାଇ ତାଙ୍କ ସୁରକ୍ଷାକର୍ମୀ ଓ ଡ୍ରାଇଭରଙ୍କୁ ମାଡ ମାରିଥିଲେ ଦୁର୍ବୃତ୍ତ। ଘଟଣାସ୍ଥଳରୁ ପିସିସି ସଭାପତିଙ୍କୁ କଂଗ୍ରେସ କର୍ମୀ ଉଦ୍ଧାର କରିଥିଲେ। ଦୁର୍ବୃତ୍ତଙ୍କୁ ତୁରନ୍ତ ଗିରଫ ଦାବିରେ କଂଗ୍ରେସ ଭବନ ସମ୍ମୁଖ ରାସ୍ତାରେ ଟାୟାର ଜାଳି କଂଗ୍ରେସ କର୍ମୀ ରାସ୍ତା ଅବରୋଧ କରିଥିଲେ।

Show More

Related Articles

Back to top button