Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩୪ ଜଣ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ

ରାଜ୍ୟରେ ଧୀରେ ଧୀରେ କରୋନା କାୟା କମୁଛି । ଦୈନିକ ପଜିଟିଭ୍ କେସ୍ ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ୧୩୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ଅଛନ୍ତି ୭୯ ଜଣ । ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫୫ଟି । ମୋଟ୍ ୨୧ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୫ ସଂକ୍ରମିତ ହୋଇଥିବା ବେଳେ ସମ୍ୱଲପୁରରେ ୧୯, ପୁରୀରୁ ୧୬, ଝାରସୁଗୁଡ଼ାରୁ ୧୨ ଓ ନୂଆପଡ଼ା ଜିଲ୍ଲାରେ ସଂକ୍ରମିତ ହୋଇଛନ୍ତି ଆଉ ୧୧ଜଣ । ବାକି ସବୁ ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଭିତରେ ରହିଛି ।

୯ଟି ଜିଲ୍ଲା ଢେଙ୍କାନାଳ, ଦେବଗଡ଼, କନ୍ଧମାଳ, କୋରାପୁଟ, ମାଲକାନଗିରି, ନୟାଗଡ଼, ନବରଙ୍ଗପୁର, ଭଦ୍ରକ ଓ ରାୟଗଡ଼ା ଜିଲ୍ଲାରୁ କେହି ନୂଆ ଆକ୍ରାନ୍ତ ବାହାରି ନାହାନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୩୩ହଜାର ୪୪୪କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୨୯ହଜାର ୫୪୬ ଆକ୍ରାନ୍ତ । ରାଜ୍ୟରେ ଏବେ ୧ହଜାର ୯୪୪ଟି ଆକ୍ଟିଭ କେସ୍ ରହିଛି ।

ଆଜି ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ବରଗଡ଼ ଜିଲ୍ଲାରୁ ଜଣେ ସଂକ୍ରମିତଙ୍କ ଜୀବନ ନେଇଛି ମହାମାରୀ । ରାଜ୍ୟ ମୋଟ୍ ମୃତ୍ୟୁସଂଖ୍ୟା ୧ହଜାର ୯୦୧କୁ ବୃଦ୍ଧି ପାଇଛି ।

Show More

Related Articles

Back to top button