Breaking PLUSଦେଶ ବିଦେଶମୁଖ୍ୟ ଖବର

ଜାନୁଆରୀରେ ଦେଶରେ ଆରମ୍ଭ ହେବ କୋଭିଡ୍-୧୯ ଟିକାକରଣ: ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ

ଜାନୁଆରୀରୁ ଦେଶରେ ଟିକାକରଣ ଆରମ୍ଭ ହେବ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । ସାରା ଦେଶରେ କରୋନା ମହାମାରୀ କାୟା ବିସ୍ତାର କରିଥିବାବେଳେ ଏହାରି ଭିତରେ ଅନେକ ସ୍ଥାନରେ ଏହାର ଦ୍ୱିତୀୟ ଲହରୀ ଦେଖିବାକୁ ମିଳିଛି । ପ୍ରତିଦିନ ୨୦ ହଜାରରୁ ଅଧିକ ଲୋକ ଏହି ଭୂତାଣୁ ପ୍ରତି ବିପଦ ସୃଷ୍ଟି କରୁଛନ୍ତି

ଜାନୁଆରୀରୁ ଦେଶରେ ଟିକାକରଣ ଆରମ୍ଭ ହେବ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ । ସାରା ଦେଶରେ କରୋନା ମହାମାରୀ କାୟା ବିସ୍ତାର କରିଥିବାବେଳେ ଏହାରି ଭିତରେ ଅନେକ ସ୍ଥାନରେ ଏହାର ଦ୍ୱିତୀୟ ଲହରୀ ଦେଖିବାକୁ ମିଳିଛି । ପ୍ରତିଦିନ ୨୦ ହଜାରରୁ ଅଧିକ ଲୋକ ଏହି ଭୂତାଣୁ ପ୍ରତି ବିପଦ ସୃଷ୍ଟି କରୁଛନ୍ତି । ଆସନ୍ତା ବର୍ଷ ଠାରୁ ସରକାର ଟୀକାକରଣ ଯୋଜନା ଉପରେ କାର୍ଯ୍ୟ କରୁଛନ୍ତି। ପ୍ରତ୍ୟେକଙ୍କ ମନରେ ଗୋଟିଏ ପ୍ରଶ୍ନ କେବେ ଟିକା ବାହାରିବ ଓ ଲୋକମାନେ କେବେ ଏହାଠାରୁ ମୁକ୍ତି ପାଇବେ । ଏହାମଧ୍ୟରେ ଜାନୁଆରୀରୁ ଦେଶରେ ଟିକାକରଣ ଆରମ୍ଭ ହେବ ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ।

ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଯେ, ସରକାର ଭାକସିନର ଗୁଣବତ୍ତା, ସୁରକ୍ଷା ସହ କୌଣସି ସାଲିସ କରିବେ ନାହିଁ । ଜାନୁଆରୀର କୌଣସି ଏକ ସପ୍ତାହରେ ଭାରତ କରୋନା ଭାକସିନ ପ୍ରଦାନ କରିବା ସ୍ଥିତିରେ ରହିଥିବ । ଏବେ ୬ଟି ଭାକସିନ କ୍ଲିନିକାଲ ଟ୍ରାଏଲରେ ଗତି କରୁଛି । ଏହାର ଭିନ୍ନ ଭିନ୍ନ ସ୍ତରରେ ବିକାଶ କରାଯାଉଛି ।

କେନ୍ଦ୍ରମନ୍ତ୍ରୀ ଆହୁରି କହିଛନ୍ତି ଯେ, ଦେଶରେ ଏବେ ୧ କୋଟି ୯୫ ଲକ୍ଷ ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଭାରତର ସୁସ୍ଥ ହାର ବିଶ୍ୱରେ ସର୍ବାଧିକ । ତଥାପି ସତର୍କତା ଅବଲମ୍ବନ କରିବାକୁ ହେବ ।

Show More

Related Articles

Back to top button