Breaking PLUSଓଡ଼ିଶାମୁଖ୍ୟ ଖବର

୨୩ରେ ଖୋଲିବ କାକଟପୁରର ଅଧିଷ୍ଠାତ୍ରୀ ଦେବୀ ମା’ ମଙ୍ଗଳା ମନ୍ଦିର

କାକଟପୁରର ଅଧିଷ୍ଠାତ୍ରୀ ଦେବୀ ପରମ ବୈଷ୍ଣବୀ ମା' ମଙ୍ଗଳାଙ୍କ ମନ୍ଦିର ଆସନ୍ତା ୨୩ ତାରିଖରେ ଖୋଲିବ । ଏହା ଜଣାପଡ଼ିବା ପରେ ଭକ୍ତଙ୍କ ମହଲରେ ଆନନ୍ଦ ଖେଳିଯାଇଛି । ଦେଶବ୍ୟାପୀ କରୋନା ମହାମାରୀ ଯୋଗୁ ୯ ମାସ ଧରି ବନ୍ଦ ଥିବା ବିଭିନ୍ନ ଦେବାଳୟଗୁଡିକୁ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଭକ୍ତମାନେ ବ୍ୟାରିକେଡ୍‌ରେ ଧାଡ଼ି ବାନ୍ଧି ମା'ଙ୍କ ଦର୍ଶନ ଲାଭ କରିବେ ।

କାକଟପୁରର ଅଧିଷ୍ଠାତ୍ରୀ ଦେବୀ ପରମ ବୈଷ୍ଣବୀ ମା’ ମଙ୍ଗଳାଙ୍କ ମନ୍ଦିର ଆସନ୍ତା ୨୩ ତାରିଖରେ ଖୋଲିବ । ଏହା ଜଣାପଡ଼ିବା ପରେ ଭକ୍ତଙ୍କ ମହଲରେ ଆନନ୍ଦ ଖେଳିଯାଇଛି । ଦେଶବ୍ୟାପୀ କରୋନା ମହାମାରୀ ଯୋଗୁ ୯ ମାସ ଧରି ବନ୍ଦ ଥିବା ବିଭିନ୍ନ ଦେବାଳୟଗୁଡିକୁ ଖୋଲିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଭକ୍ତମାନେ ବ୍ୟାରିକେଡ୍‌ରେ ଧାଡ଼ି ବାନ୍ଧି ମା’ଙ୍କ ଦର୍ଶନ ଲାଭ କରିବେ ।

ପୀଠରେ କୋଭିଡ୍‌ ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ଏକ ପତ୍ର ମାଧ୍ୟମରେ ମଙ୍ଗଳା ମନ୍ଦିର ଟ୍ରଷ୍ଟ କାର୍ଯ୍ୟାଳୟର କର୍ମକର୍ତ୍ତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏକା ସାଙ୍ଗରେ ୧୦ ଜଣ ଭକ୍ତ ମନ୍ଦିରକୁ ପ୍ରବେଶ କରିପାରିବେ । ୬୦ ବର୍ଷରୁ ଅଧିକ ବୟସର ବୃଦ୍ଧବୃଦ୍ଧା ଓ ୧୦ ବର୍ଷରୁ କମ୍‌ ଛୋଟ ପିଲାଙ୍କ ମନ୍ଦିର ପ୍ରବେଶ ଉପରେ କଟକଣା ରହିଛି । ଭକ୍ତମାନେ ଗର୍ଭଗୃହ ଭିତରକୁ ପ୍ରବେଶ ନ କରି ଶୀଘ୍ର ଦର୍ଶନ କରି ମନ୍ଦିର ଛାଡ଼ିବେ ବୋଲି ଉକ୍ତପତ୍ରରେ ନିର୍ଦ୍ଦେଶ ରହିଛି ।

Show More

Related Articles

Back to top button