Breaking PLUSଦେଶମୁଖ୍ୟ ଖବର

ପାଟଣାରେ କ୍ରେନ-ଅଟୋ ମୁହାଁମୁହିଁ ଧକ୍କା, 7ମୃତ

ବିହାର: ପାଟନାରେ କ୍ରେନ-ଅଟୋ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ନିଉ ବାଇପାସ୍ କଙ୍କଡବାଗ୍ ଥାନା ଅଞ୍ଚଳରେ ଆଜି ଭୋର୍ ସମୟରେ ଏକ କ୍ରେନ୍ ରେ କାମ ଚାଲୁଥିବାବେଳେ ଦ୍ରୁତ ଗତିରେ ଯାଉଥିବା ଏକ ଅଟୋ ସହ ଧକ୍କା ହୋଇଥିଲା। ଅଟୋରେ ମୋଟ୍ ୮ ଜଣ ଯାତ୍ରୀ ଥିବାବେଳେ ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଚିକିତ୍ସାଧିନ ଅବସ୍ଥାରେ ୪ ଜଣ ମୃତ୍ୟୁବରଣ କରିଛନ୍ତି। ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି। ସେପଟେ ଦୁର୍ଘଟଣା ଘଟିବା ପରେ କ୍ରେନ୍ ଡ୍ରାଇଭର ଫେରାର ହୋଇଯାଇଛି। ପୁଲିସ ଘଟଣାରେ ଅଧିକ ଛାନଭିନ୍ ଜାରି ରଖିଛି।

Show More

Related Articles

Back to top button