Breaking PLUSଦେଶମୁଖ୍ୟ ଖବର

ଚାଷୀଙ୍କ ସମସ୍ୟା ଉଠାଇ ବିଜେପିକୁ ନିଶାନା ସାଧିଲେ ପ୍ରିୟଙ୍କା

ନୂଆଦିଲ୍ଲୀ- ଚାଷୀଙ୍କ ସମସ୍ୟା ଉଠାଇ ବିଜେପିକୁ ନିଶାନା ସାଧିଲେ ପ୍ରିୟଙ୍କା । କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କୃଷକ ପ୍ରସଙ୍ଗରେ ବିଜେପିକୁ ଟାର୍ଗେଟ କରିଛନ୍ତି। ଆଜି ପ୍ରିୟଙ୍କା କହିଛନ୍ତି ଯେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ସମୟରେ ଏକ ଲକ୍ଷରୁ ଅଧିକ ଚାଷୀ ଆତ୍ମହତ୍ୟା କରିଛନ୍ତି। ନା ଚାଷୀଙ୍କ ଆୟ ଦ୍ୱିଗୁଣିତ ହୋଇଛି ନା ଏମଏସପି ଦିଆଯାଇଛି ।

ସେ କହିଛନ୍ତି ଯେ ଯଦି କଂଗ୍ରେସ ସରକାର ଗଠନ ହୁଏ ତେବେ କେବଳ ଏମଏସପି ନିଶ୍ଚିତ ହେବ ନାହିଁ, ବରଂ ଚାଷୀଙ୍କ ପାଇଁ ଋଣ ଛାଡ ମଧ୍ୟ ହେବ। ଦେଶରେ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି ଏବଂ ଏହି ସମୟରେ ପ୍ରତ୍ୟେକ ଦଳ ଚାଷୀଙ୍କ ପାଇଁ ଅନେକ ପ୍ରତିଶ୍ରୁତି ଦେଉଛନ୍ତି। କଂଗ୍ରେସ ପକ୍ଷରୁ ଏଭଳି ପ୍ରତିଶ୍ରୁତି ଦିଆଯାଇଛି ଯାହା କୃଷକମାନଙ୍କୁ ଏମଏସପିର ଆଇନଗତ ଗ୍ୟାରେଣ୍ଟି ଦେବାକୁ ଯାଉଛି ବୋଲି ପ୍ରିୟଙ୍କା କହିଛନ୍ତି କହିଛି।

Show More

Related Articles

Back to top button