Breaking PLUSଦେଶମୁଖ୍ୟ ଖବର

ଖାଇକୁ ବସ୍‌ ଖସି 11 ମୃତ

ରାୟପୁର- ଖାଇକୁ ଖସିଲା ବସ୍, 11 ମୃତ । ମଙ୍ଗଳବାର ବିଳମ୍ବିତ ସନ୍ଧ୍ୟାରେ ଦୁର୍ଗ ଜିଲ୍ଲାରେ ଏକ ବସ୍ ଖାଲକୁ ଖସି ପଡ଼ିବାରୁ ୧୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକ ଡଜନରୁ ଅଧିକ ଆହତ ହୋଇଛନ୍ତି। ମୃତକମାନେ କୁମ୍ହାରୀସ୍ଥିତ ଏକ ଘରୋଇ କମ୍ପାନିରେ କାମ କରୁଥିଲେ ଏବଂ ନିଜ ଘରକୁ ଫେରୁଥିବା ବେଳେ ଖପରୀ ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଥିଲା।

ବସର ଡ୍ରାଇଭର ଷ୍ଟିୟରିଂ ଉପରେ ନିୟନ୍ତ୍ରଣ ହରାଇବାରୁ ବସଟି ୪୦ ଫୁଟ ଗଭୀର ମୋହରମ ଖଣିରେ ଖସି ପଡ଼ିଥିଲା। ୩୦ ଜଣ କର୍ମଚାରୀଙ୍କ ମଧ୍ୟରୁ ଘଟଣାସ୍ଥଳରେ ୧୧ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି।

Show More

Related Articles

Back to top button