Breaking PLUSଓଡ଼ିଶାମୁଖ୍ୟ ଖବର

ସଂକ୍ରାନ୍ତିରୁ ବଢିବ ତାତି

ଭୁବନେଶ୍ବର: ପୁଣି ତାତିବ ଓଡ଼ିଶା । ପଣା ସଂକ୍ରାନ୍ତି ତଥା ଏପ୍ରିଲ ୧୪ରୁ ତାପମାତ୍ରା ପୁଣିଥରେ ଉପରମୁହାଁ ହେବ। ରାଜ୍ୟର ସମସ୍ତ ସହରରେ ପାରଦ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ରାଜ୍ୟରେ ପଶ୍ଚିମ ତଥା ଉତ୍ତରପଶ୍ଚିମ ଦିଗରୁ ଶୁଷ୍କ ବାୟୁର ପ୍ରଭାବ ବୃଦ୍ଧି ହେବାକୁ ଥିବାରୁ ତାପମାତ୍ରା ଅସ୍ବାଭାବିକ ଭାବେ ବୃଦ୍ଧି ପାଇବାର ଆଶଙ୍କା ରହିଛି।
ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର କେତେକ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରି ଛୁଇଁବାର ସମ୍ଭାବନା ରହିଛି। ଆଗାମୀ ତିନି ଦିନ ମଧ୍ୟରେ ଅନେକ ସ୍ଥାନରେ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

Show More

Related Articles

Back to top button