Breaking PLUSଦେଶମୁଖ୍ୟ ଖବର
ଚାଷୀଙ୍କୁ ଦିଲ୍ଲୀ ଆସିବାକୁ ରୋକିବା ଦୁର୍ଭାଗ୍ୟପୂର୍ଣ୍ଣ- କଂଗ୍ରେସ

ନୂଆଦିଲ୍ଲୀ, 13 ଫେବୃଆରୀ – କଂଗ୍ରେସ କହିଛି ଯେ, କେନ୍ଦ୍ର ସରକାର ଚାଷୀଙ୍କୁ ଦିଲ୍ଲୀ ଆସିବାକୁ ରୋକି ନିଜର ହତାଶାକୁ ଲୁଚାଉଛନ୍ତି । ଚାଷୀମାନେ ଅନ୍ନଦାତା । ସେମାନଙ୍କୁ ଦିଲ୍ଲୀ ଆସିବାକୁ ରୋକାଯିବା କଥା ନୁହେଁ ।
କଂଗ୍ରେସ ମହାସଚିବ ରଣଦୀପ ସିଂହ ସୁରଜେୱାଲା କହିଛନ୍ତି ଯେ, ଚାଷୀଙ୍କ ସ୍ୱରକୁ ଚାପିବା ପାଇଁ ବିଜେପି ସରକାର ଦେଶର ରାଜଧାନୀ ଦିଲ୍ଲୀକୁ ଏପରି ପୋଲିସ ଛାଉଣୀ କରିଛି, ଯେପରି କୌଣସି ଶତ୍ରୁ ଦିଲ୍ଲୀର କ୍ଷମତା ଉପରେ ଆକ୍ରମଣ କରିବାକୁ କହିଛି ।
ସୁରଜେୱାଲ କହିଛନ୍ତି ଯେ, ଚାଷୀ ମୌଳିକ ପ୍ରସଙ୍ଗକୁ ନେଇ ପଦଯାତ୍ରା କରିଛନ୍ତି । 2022, ଜୁଲାଇ 18ରେ ତିନୋଟି କଳା ଆଇନ ପ୍ରତ୍ୟାହାର କରିବା ପରେ ମୋଦି ସରକାର କୃଷକମାନଙ୍କ ପାଇଁ ସର୍ବନିମ୍ନ ସହାୟତା ମୂଲ୍ୟ (ଏମଏସପି) ପାଇଁ ଏକ ଆଇନ କରିବାକୁ ପ୍ରତିଶୃତି ଦେଇଥିଲେ କିନ୍ତୁ ସରକାର ଭୁଲିଗଲେ। ଦେଶର ଅନ୍ନଦାତା ନ୍ୟାୟ ମାଗିବାକୁ କାହିଁକି ଦିଲ୍ଲୀ ଆସିପାରିବେ ନାହିଁ ବୋଲି ସେ ବିଜେପିକୁ ପ୍ରଶ୍ନ କରିଛନ୍ତି ।