ମନ୍ତ୍ରୀ, ବିଧାୟକଙ୍କ ସହିତ ରାମଲାଲାଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ଯୋଗୀ

ଲକ୍ଷ୍ନୌ, ୧୧ ଫେବୃଆରୀ – ଉତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜ ମନ୍ତ୍ରୀ ପରିଷଦର ସଦସ୍ୟ ଏବଂ ବିଧାୟକଙ୍କ ସହିତ ରାମଲାଲାଙ୍କ ଦର୍ଶନ ପାଇଁ ରବିବାର ଅଯୋଧ୍ୟାରେ ପହଂଚିଛନ୍ତି ।
ତାଙ୍କ ସହିତ ଭାଜପା ବ୍ୟତୀତ ବସପାର ବିଧାୟକ ଉମାଶଙ୍କର ସିଂହ, କଂଗ୍ରେସ ବିଧାୟକ ଆରାଧନା ମିଶ୍ରା ମୋନା, ଜନସତା ଦଳର ଅଧ୍ୟକ୍ଷ ତଥା ବିଧାୟକ ରଘୁରାଜ ପ୍ରତାପ ସିଂହ, ନିଷାଦ ପାର୍ଟିର ଅଧ୍ୟକ୍ଷ ଡଃ. ସଞ୍ଜୟ ନିଷାଦ ଏବଂ ସୁଭାସପା ଅଧ୍ୟକ୍ଷ ଓମ୍ ପ୍ରକାଶ ରାଜଭର ମଧ୍ୟ ରାମଲାଲାଙ୍କ ଦର୍ଶନ ପାଇଁ ରବିବାର ଅଯୋଧ୍ୟାରେ ପହଂଚିଛନ୍ତି । ଅଯୋଧ୍ୟାରେ ପହଂଚିବା ପରେ ସେଠାରେ ରାଜ୍ୟମନ୍ତ୍ରୀ ସତୀଶ ଚନ୍ଦ୍ର ବିଧାୟକମାନଙ୍କୁ ସ୍ଵାଗତ କରିଛନ୍ତି । ଏହାପରେ ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟ ର ମହାମନ୍ତ୍ରୀ ଚମ୍ପତ୍ ରାୟ ଏବଂ ମୁଖ୍ୟମନ୍ତ୍ରୀଙ୍କ ସହିତ ସମସ୍ତ ମନ୍ତ୍ରୀ ଏବଂ ବିଧାୟକ ମାନେ ରାମଲାଲାଙ୍କ ଦର୍ଶନ କରିଛନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ସହିତ ବିଧାନସଭା ଅଧ୍ୟକ୍ଷ ସତୀଶ ମହାନା ଏବଂ ବିଧାନ ପରିଷଦର ସଭାପତି କୁଂବର ମାନବେନ୍ଦ୍ର ସିଂହ, ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଏବଂ ବ୍ରଜେଶ ପାଠକ ଏବଂ ବିଧାୟକ ମାନେ ରାମଲାଲାଙ୍କ ଦର୍ଶନ କରିଛନ୍ତି ।