ଆକାଶ କ୍ଷେପଣାସ୍ତ୍ର ଏନଜିର ପରୀକ୍ଷଣ

ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ – ଡିଆରଡିଓ ଆଜି ସଫଳତାର ସହ ଆକାଶ କ୍ଷେପଣାସ୍ତ୍ରର ପରୀକ୍ଷା କରିଛି। ଏହାକୁ ଆକାଶ କ୍ଷେପଣାସ୍ତ୍ର ଏନଜି (ନ୍ୟୁ ଜେନେରେସନ) କୁହାଯାଉଛି। ଓଡିଶାର ଚାନ୍ଦିପୁର ଉପକୂଳବର୍ତ୍ତୀ ସମନ୍ୱିତ ପରୀକ୍ଷଣ ପରିସରରୁ ଅତି କମ ଉଚ୍ଚରୁ ଏହି କ୍ଷେପଣାସ୍ତ୍ର ମାନବବିହୀନ ଲକ୍ଷ୍ୟସ୍ଥଳକୁ ପଠାଯାଇଥିଲା। ଏହି କ୍ଷେପଣାସ୍ତ୍ର ପ୍ରଣାଳୀ ଦ୍ୱାରା ଲକ୍ଷ୍ୟସ୍ଥଳରେ ସଫଳତାର ସହ ପହଂଚି ଥିଲା ଓ ଧ୍ୱଂସ କରିଥିଲା।
ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନୂଆ ପିଢ଼ିର ଆକାଶ କ୍ଷେପଣାସ୍ତ୍ର କ୍ଷିପ୍ର ବେଗରେ ଆକ୍ରମଣ ପାଇଁ ସକ୍ଷମ। କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣରେ ଏହାର ସମସ୍ତ ଲକ୍ଷ୍ୟ ହାସଲ ହୋଇଥିବା କୁହାଯାଇଛି। ଏହି ସଫଳ ପରୀକ୍ଷଣ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ, ଭାରତୀୟ ବାୟୁସେନା, ସରକାରୀ କ୍ଷେତ୍ର ତଥା ପ୍ରତିରକ୍ଷା ଶିଳ୍ପକୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଏହି ବ୍ୟବସ୍ଥା ଦେଶର ବାୟୁ ପ୍ରତିରକ୍ଷା କ୍ଷମତାକୁ ଆହୁରି ବୃଦ୍ଧି କରିବ।