
ଫିଲ୍ମ ‘ଆନିମଲ’ ରେ ରଣବୀର କପୁରଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଉଛି। ଏଥିରେ ରଣବୀରଙ୍କର ଜଣେ ଅଭିନେତ୍ରୀଙ୍କ ସହ ଏକ ସିନ୍ ଅଛି ଯାହା ବହୁତ ଲୋକପ୍ରିୟ ହୋଇପାରିଛି। ଏହି ସିନରେ ରଣବୀର ଏବଂ ତ୍ରିପ୍ତୀ ଡିମ୍ରି ଯେଉଁଥିରେ ଉଭୟ ଏକାଠି ନଜର ଆସିଛନ୍ତି। ଏହି ସିନ୍ ପରେ ଏବେ ବଢ଼ିଚାଲିଛି ତ୍ରିପ୍ତୀଙ୍କ ଲୋକପ୍ରିୟତା। ଏହି ଚଳଚ୍ଚିତ୍ରରେ ରଣବୀରଙ୍କ ସହ ତ୍ରିପ୍ତୀଙ୍କ ଏକ୍ସଟ୍ରା ମ୍ୟାରେଟିଆଲ ଆଫେୟାର ଦେଖିବାକୁ ମିଳିଛି। ଏହି ଚଳଚ୍ଚିତ୍ରରେ ତ୍ରିପ୍ତିଙ୍କ ଆକ୍ଟିଙ୍ଗ ସମସ୍ତଙ୍କ ମନ କିଣି ନେଇଛି।ଏହି ରୋଲ୍ ପରେ ଏବେ ତାଙ୍କ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ ଯଥା ଇନଷ୍ଟାଗ୍ରାମରେ ଫଲୋର୍ସଙ୍କ ସଂଖ୍ୟା ଧିରେ ଧିରେ ବଢ଼ିବାରେ ଲାଗିଛି।।ନୂଆ ଦିଲ୍ଲୀରେ ଜନ୍ମ ଗ୍ରହଣ କରିଥିବା ୨୯ ବର୍ଷର ଏହି ଅଭିନେତ୍ରୀ ୨୦୧୭ ମସିହାରେ ପ୍ରଥମ ଥର ପାଇଁ ‘ମମ୍’ ଚଳଚ୍ଚିତ୍ରରେ ନଜର ଆସିଥିଲେ। ଏହା ପରେ ସେ ସନ୍ନି ଦେଓଲ ଏବଂ ବବିଙ୍କ ସହ ‘ପୋଷ୍ଟର ବଏ’ରେ ମଧ୍ୟ ନଜର ଆସିଥିଲେ।ଏହା ପରେ ସେ ଇମତିଆଜ ଅଲିଙ୍କ ଫିଲ୍ମ ‘ଲୈଲା ମଜନୁ’ରୁ ଚର୍ଚ୍ଚାକୁ ଆସିଥିଲେ। ସେପଟେ ଏବେ ଫିଲ୍ମର ମୋଟ ଆୟ ୧୩୧ କୋଟିରେ ପହଁଞ୍ଚିଛି । ବିଶ୍ୱ ବକ୍ସ ଅଫିସ ଆୟକୁ ମିଶାଇ ଫିଲ୍ମ ମୋଟ ୧୩୬ କୋଟି ଆୟ କରିଥିବା ଜଣାପଡିଛି । ବାପା ଓ ପୁଅର ସମ୍ପର୍କକୁ ନେଇ ନିର୍ମାଣ ହୋଇଥିବା ଏହି ଚଳଚ୍ଚିତ୍ରକୁ ଦର୍ଶକ ତଥା ସମାଲୋଚକମାନଙ୍କ ଠାରୁ ଭଲ ରେସପେନ୍ସ ମିଳିଛି । ଫିଲ୍ମରେ ଅନୀଲ କପୁର ଓ ରଣବୀରଙ୍କ ବାପା ପୁଅ କାହାଣୀକୁ ଖୁବ ସୁନ୍ଦର ଭାବେ ଉପସ୍ଥାପନା କରାଯାଇଛି ।