ସ୍ୱାସ୍ଥ୍ୟ

ବାୟୁ ପ୍ରଦୂଷଣରୁ ନିଜ ଫୁସଫୁସକୁ ରକ୍ଷା କରିବା ପାଇଁ ପିଅନ୍ତୁ ଏହି ଚା

ବାୟୁ ପ୍ରଦୂଷଣର ସ୍ତରରେ ବୃଦ୍ଧି ହେବ ସହିତ ତାପମାତ୍ରାରେ ମଧ୍ୟ ଏପଟ ସେପଟ ହେବାରେ ଲାଗିଛି l ଏହା ଆଜିକାଲି ବାୟୁ ମଣ୍ଡଳକୁ ଅଧିକ ପ୍ରଭାବିତ କରୁଛି ସେଥିପାଇଁ ଲୋକମାନେ ନିଶ୍ୱାସ ନେବା ସମୟରେ ଧଇଁସଇଁ ହେବାକୁ ଲାଗୁଛନ୍ତି l ପ୍ରଦୂଷଣ ବାୟୁରେ ନିଶ୍ୱାସ ନେବା ଦ୍ୱାରା ଆସ୍ଥମା ,ବ୍ରୋଙ୍କାଇଟିସ ,ନିମୁନିଆ ଓ ଫୁସଫୁସରେ ଅଧିକାଂଶ ସମସ୍ୟା ଦେଖା ଯାଉଛି l ଏହି ସବୁ ଋତୁରେ କୌଣସି ପ୍ରକାରର ସ୍ୱାସ୍ଥ୍ୟ ସମ୍ବଧୀୟ ସମସ୍ୟାରୁ ଦୁରେଇ ରହିବ ପାଇଁ ବାୟୁ ମଣ୍ଡଳରେ ଥିବା ଛୋଟଛୋଟ ଧୂଳିକଣାରୁ ନିଜକୁ ରକ୍ଷା କରିବା ଅତ୍ୟନ୍ତ କଷ୍ଟକର

ପ୍ରଦୂଷଣ ବଢୁଥିବା ସ୍ତର ଉପରେ ଚିନ୍ତା ପ୍ରକଟ କରି ସ୍ୱାସ୍ଥ୍ୟ ବିଶେଷଜ୍ଞ ଲ୍ୟୁକ ନିଜ ଇନଷ୍ଟାଗ୍ରାମରେ ଗୋଟିଏ ଘରୋଇ ଉପଚାର ସେୟାର କରିଛନ୍ତି ,ଯାହା ଫୁସଫୁସକୁ ସଫା ରଖିବାରେ ସହାୟକ ହେବ l ସେ ନିଜ ପୋଷ୍ଟରେ ଏକ ଖାସ ପ୍ରକାରର ଚାହା ବିଷୟରେ ଜଣାଇଛନ୍ତି ଯାହା ଆପଣଙ୍କ ଫୁସଫୁସକୁ ସୁସ୍ଥ ରଖିବା ସହିତ ଇମ୍ୟୁନ ସିଷ୍ଟମକୁ ବଢ଼ିବାରେ ସାହାଯ୍ୟ କରିବ l ଚାଲନ୍ତୁ ଆଜି ଜାଣିବା ସେହି ଚାହା ବିଷୟରେ l

ଏହି ଚାହାକୁ ପିଇବାରଲାଭ –

ଏହି ଚାହା ପ୍ରାକୃତିକ ଜଡିବୁଟି ଓ ମସଲାରୁ ପ୍ରସୂତ ହୋଇଥାଏ ,ଯେଉଁ ମସଲା ସାଧାରଣତଃ ସମସ୍ତ ଘରେ ଉପଲବ୍ଧ ହୋଇଥାଏ ଓ ନିଜର ଔଷଧୀୟ ଗୁଣ ପାଇଁ ମଧ୍ୟ ଜଣାଶୁଣା l ଏହି ଚାହାକୁ ପିଇବା ଦ୍ୱାରା ଇମ୍ୟୁନିଟି ବଢ଼ିବାରେ ସାହାଯ୍ୟ ମିଳିଥାଏ l ବର୍ତମାନ ଯେଉଁ ପ୍ରକାରର ଅସୁସ୍ଥତାର ସମୟ ଚାଲିଛି ଓ ଥଣ୍ଡା କାଶ ଦ୍ୱାରା ସମସ୍ତେ ଆକ୍ରାନ୍ତ ହେଉଛନ୍ତି ତେଣୁ ଏହି ଚାହା ପିଅନ୍ତୁ l ଏହା ବ୍ୟତୀତ ତାପମାତ୍ରା କମିବା ସହିତ ବାୟୁ ପ୍ରଦୂଷଣର ସ୍ତର ବଢି ଯାଇଛି l ଯାହା ଦ୍ୱାରା ଫୁସଫୁସ ସମ୍ବଧୀୟ ସମସ୍ୟା ହୋଇପାରେ l ଏହି ଚାହାକୁ ନିୟମିତ ପିଇଲେ ଫୁସଫୁସ ସଫା ରହିଥାଏ l ଏହା ବ୍ୟତୀତ ଏହି ଚାହା ସେବନ ଦ୍ୱାରା ଅନ୍ତରୀଣ ରକ୍ଷା ପ୍ରଣାଳୀ ମଝବୁତ ହୋଇଥାଏ ଯାହା ରୋଗରୁ ପଡିବାରେ ରକ୍ଷା କରେ l

କିପରି ପ୍ରସ୍ତୁତ କରିବା ଚାହା –

ଏହି ଚାହା ପାଇଁ ଆବଶ୍ୟକୀୟ ସାମଗ୍ରୀ ହେଲା ଅଦା ,ଡାଳଚିନି ,ତୁଳସୀ ପତ୍ର ,ଜୁଆଣି ,ଗୁଜୁରାତି ,ପାନମଧୁରୀ ,ଜିରା ଆବଶ୍ୟକ l ଏହି ସମସ୍ତ ସାମଗ୍ରୀ କୁ ଏକ ପାତ୍ରରେ ପକାଇ ଏକ ଗ୍ଲାସ ପାଣି ଢଳାନ୍ତୁ l ବର୍ତମାନ ଏହାକୁ ୧୦ ମିନିଟ ପର୍ଯ୍ୟନ୍ତ ଗ୍ୟାସରେ ଫୁଟିବାକୁ ଛାଡ଼ନ୍ତୁ l ୧୦ ମିନିଟ ପରେ ଏହାକୁ ଛାଣି ଏଥିରେ କିଛି ମହୁ କିମ୍ବା ଗୁଡ ମିଶାଇ ସେବନ କରନ୍ତୁ l ଆପଣ ନିୟମିତ କଫି କିମ୍ବା କ୍ଷୀର ଚାହା ପିଉଥିଲେ ତାହାକୁ ପରିତ୍ୟାଗ କରି ଏହି ଚାହାକୁ ପିଅନ୍ତୁ l ଆପଣ ଦିନରେ ମାତ୍ର ଦୁଇଥର ସକାଳେ ସନ୍ଧ୍ୟାରେ ଏହି ଚାହାକୁ ପିଇ ପାରିବେ l

ଏହି ଚାହା ପିଇବା ପରେ ଶରୀର ଗରମ ଲାଗିପାରେ ତେଣୁ ଦିନରେ ଯେତେ ପାରିବେ ସେତେ ଅଧିକ ପାଣି ପିଇ ପାରିବେ l ବେଳେବେଳେ ଆମେ ଶୋଷ ନଲାଗିବା ଦ୍ୱାରା କମ ପାଣି ପିଇଥାଉ l ଅଧିକ ଫଳ ଓ ପନିପରିବା ଖାଇବା ମଧ୍ୟ ଆବଶ୍ୟକ l ଏହି ସବୁ କଥାକୁ ଅନୁସରଣ କରି ଏହି ଚାହାକୁ ପିଅନ୍ତୁ l

Show More

Related Articles

Back to top button