Breaking PLUSଓଡ଼ିଶାମୁଖ୍ୟ ଖବର

ଦେଶରେ ହ୍ରାସ ପାଉଛି କରୋନା, ଗତ 24 ଘଣ୍ଟା ମଧ୍ୟରେ 36,469 ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ

ଦେଶରେ ପ୍ରତ୍ୟେକଦିନ କମୁଛି କରୋନା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 36 ହଜାର 469 ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିବାବେଳେ 488ଜଣଙ୍କର ମୃତ୍ୟୁ ହୋଇଛି

ଦେଶରେ ପ୍ରତ୍ୟେକଦିନ କମୁଛି କରୋନା ଆକ୍ରାନ୍ତ ରୋଗୀଙ୍କ ସଂଖ୍ୟା । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 36 ହଜାର 469 ଜଣ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଥିବାବେଳେ 488ଜଣଙ୍କର ମୃତ୍ୟୁ ହୋଇଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା 1 ଲକ୍ଷ 19 ହଜାର 502କୁ ବୃଦ୍ଧି ପାଇଛି । ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 79 ଲକ୍ଷ46 ହଜାର 429କୁ ବୃଦ୍ଧି ହୋଇଛି । ସେହିପରି ଏବେ ସୁଦ୍ଧା ଦେଶରେ ମୋଟ୍‌ ଆକ୍ଟିଭ୍‌ କେସ୍‌ 6 ଲକ୍ଷ 25 ହଜାର 857 ରହିଥିବାବେଳେ ସୁସ୍ଥ ହୋଇଛନ୍ତି 72 ଲକ୍ଷ 01 ହଜାର 70ଜଣ । ଦେଶରେ ମୃତ୍ୟୁହାର ଲଗାତାର ଭାବରେ ହ୍ରାସ ହେବାରେ ଲାଗିଛି । ଏବେ ଦେଶରେ ମୃତ୍ୟହାର 1.5% ରହିଛି । ଆଇସିଏମଆର ସୂଚନାଯାୟୀ ଦେଶରେ ଏବେ ସୁଦ୍ଧା ମୋଟ୍‌ 10 କୋଟି 44 ଲକ୍ଷ 20 ହଜାର 894 ନମୁନା ପରୀକ୍ଷଣ ହୋଇଛି ।

Show More

Related Articles

Back to top button