Breaking PLUSଓଡ଼ିଶାମୁଖ୍ୟ ଖବର
ସିଂହଦ୍ୱାର ସମ୍ମୁଖରେ ଚାଲିଛି ଦେବୀ ସଭା, କରୋନା ପାଇଁ ବଡଦାଣ୍ଡରେ ୧୪୪ ଧାରା ଜାରି
ଆଜି ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଆୟୋଜିତ ହେବ ଦେବୀ ସଭା । ଏକାଠି ହେବେ ପୁରୀ ସହରର ସମସ୍ତ ଗୋଷାଣି। କରୋନା ପାଇଁ ଚଳିତବର୍ଷ ପ୍ରଶାସନ ପକ୍ଷରୁ ଅନେକ କଟକଣା ଜାରି କରାଯାଇଛି। ଏଥିପାଇଁ ସକାଳ ୧୦ଟାରୁ ରାତି ଯାଏଁ ବଡ଼ଦାଣ୍ଡରେ ୧୪୪ ଧାରା ଜାରି ହେବ। ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ଓ ମରିଚିକୋଟ ଛକ ପର୍ଯ୍ୟନ୍ତ ଏହା ଲାଗୁ ହେବ।

ପ୍ରତ୍ୟେକ ଗୋଷାଣି ପାଇଁ ମାତ୍ର ୭ ଜଣଙ୍କୁ ଅନୁମତି ଦେଇଛି ପ୍ରଶାସନ। ସେମାନଙ୍କୁ ପରିଚୟ ପତ୍ର ଦିଆଯାଇଛି। ଶ୍ରୀମନ୍ଦିରକୁ ମହାପ୍ରଭୁଙ୍କ ସେବାପୂଜା ପାଇଁ ଯାଉଥିବା କୌଣସି ସେବାୟତଙ୍କୁ ଅଟକାଯିବ ନାହିଁ। ସେଭଳି ସମସ୍ତ ଜରୁରୀକାଳୀନ ସେବା ପ୍ରଭାବିତ ହେବ ନାହିଁ। ଶ୍ରୀକ୍ଷେତ୍ରର ପ୍ରମୁଖ ସାତ ସାହି ଓ ଆଖଡା ଦ୍ୱାରା ହେଉଥିବା ୪୦ରୁ ଅଧିକ ଗୋଷାଣୀ ସିଂହଦ୍ୱାରକୁ ଭଷାଣ ଶୋଭାଯାତ୍ରାରେ ଆସିବା ସମୟରେ ବାଜା ବାଜିବନି କି ଆଲୋକ ଲାଗିବନି। ମଙ୍ଗଳାଘାଟରେ ହୋଇଥିବା କୃତ୍ରିମ ପୋଖରୀରେ ଗୋଷାଣି ଶୋଭାଯାତ୍ରା ଯାଇ ବିସର୍ଜନ ହେବେ ବୋଲି ପୋଲିସ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।