ଓଡ଼ିଶାପାଣିପାଗ

୫ରୁ ରାଜ୍ୟରେ ବଜ୍ରପାତ ସହ ବର୍ଷା ସମ୍ଭାବନା,୨୦ଜିଲ୍ଳାକୁ ୟେଲୋ ଓ୍ବାର୍ଣ୍ଣିଂ

ରାଜ୍ୟରେ ଆସନ୍ତା ୫ରୁ ବଜ୍ରପାତ ସହ ବର୍ଷା ସମ୍ଭାବନା । ବଙ୍ଗୋପସାଗରରେ ପ୍ରଥମ ସପ୍ତାହ ଶେଷ ବେଳକୁ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ସହ ପୁଣି ୯ ରୁ ୧୩ ତାରିଖ ମଧ୍ୟରେ ଆଉ ଏକ ଲଘୁଚାପ କ୍ଷେତ୍ର ସମ୍ଭାବନା ରହିଛି । ପ୍ରଭାବରେ ରାଜ୍ୟରେ ଅଧିକ ବର୍ଷା ହେବ । ଏନେଇ ପ୍ରାକ ଆକଳନ କରିଛି ପାଣିପାଗ ବିଭାଗ ।

ସେହିପରି ୫ ତାରିଖରେ ହେବାକୁ ଥିବା ଲଘୁଚାପ ପାଇଁ ୨୦ଟି ଜିଲ୍ଳାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।

ୟେଲୋ ଓ୍ବାର୍ଣ୍ଣିଂ ଜିଲାଗୁଡିକ ମଧ୍ୟରେ ରହିଛି  ଅନୁଗୁଳ, ଢେଙ୍କାନାଳ, ମୟୁରଭଂଜ, କେନ୍ଦୁଝର, ଯାଜପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ବୌଦ୍ଧ, କନ୍ଧମାଳ, କଳାହାଣ୍ଡି, ସୋନପୁର, ନବରଙ୍ଗପୁର, ମାଲକାନଗିରି, କୋରାପୁଟ, ଗଂଜାମ, ଗଜପତି, ରାୟଗଡା, ବାଲେଶ୍ଵର ।

ତେବେ ଏହିସବୁ ଜିଲ୍ଳାରେ ଘଡଘଡି ବର୍ଷା ସମ୍ଭାବନା ରହିଛି। ବର୍ତ୍ତମାନ ଦୁର୍ବଳ ମୌସୁମୀ ପ୍ରଭାବରେ ଗତ ୨୪ଘଣ୍ଟା ମଧ୍ୟରେ ୨୨ ସହରରେ ଦିନ ତାପମାତ୍ରା ୩୫ଡିଗ୍ରୀ କିମ୍ବା ଅଧିକ ରେକର୍ଡ ହୋଇଛି। ଜଳବାୟୁରେ ଆର୍ଦ୍ରତା ଯୋଗୁଁ ଗରମ ଓ ଗୁଳୁଗୁଳି ହେଉଛି । ଆହୁରି ୨ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି ଜାରି ରହିବ।

Show More

Related Articles

Back to top button