
ବର୍ତ୍ତମାନ ସମୟରେ ଛୋଟରୁ ବଡ ପର୍ଯ୍ୟନ୍ତ ସମସ୍ତଙ୍କଠାରେ ରୂପି ସମସ୍ୟା ପରିଲକ୍ଷିତ ହେଉଛି । ଯଦି ଆପଣ ଏପରି ସମସ୍ୟାରେ ସମ୍ମୁଖୀନ ଅଛନ୍ତି ତାହାଲେ ଆପଣଙ୍କ କେଶ ପାଇଁ ଆପଣେଇ ନିଅନ୍ତୁ ବାଦାମ ତେଲ । କାରଣ କେଶ ପାଇଁ ବାଦାମ ତେଲ ଅତ୍ୟନ୍ତ ଲାଭଦାୟକ ଅଟେ । ଏଥିରେ ଭିଟାମିନ୍ ଇ, ପ୍ରୋଟିନ୍ ଏବଂ ଫୋଲିକ୍ ଏସିଡ୍ ଥାଏ ଯାହା କେଶରେ ଅଦଭୁତ୍ ଚମକ ଆଣିଥାଏ । କିନ୍ତୁ ଆପଣ ଜାଣନ୍ତି କି ଯଦି ଆପଣ ବାଦାମ ତେଲରେ କିଛି ଜିନିଷ ମିଶ୍ରଣ କରନ୍ତି, ତେବେ କେଶ ଅଧିକ ଚମକଦାର ହେବାସହ ରୂପି ମଧ୍ୟ ଦୂର ହୋଇ ପାରିବ ।
ଲେମ୍ବୁ ରସ ବ୍ୟବହାର – ଏକ ପାତ୍ରରେ କିଛି ବୁନ୍ଦା ବାଦାମ ତେଲ ସହିତ ଅଳ୍ପ ଲେମ୍ବୁ ତେଲକୁ ମିଶ୍ରଣ କରି ହାଲୁକା ହାତରେ ନିଜ କେଶରେ ମସାଜ୍ କରନ୍ତୁ । ଏହାପରେ ଏହାକୁ ରାତିସାରା ଛାଡି ଦିଅନ୍ତୁ । ସକାଳେ କେଶକୁ ଧୋଇ ଦିଅନ୍ତୁ । ଏପରି ସପ୍ତାହକୁ ୨ ଥର କରନ୍ତୁ । ଏହା କରିବା ଦ୍ୱାରା ରୂପି ସମସ୍ୟା କମ୍ ହେବା ସହିତ ଶୀଘ୍ର କେଶର ଗ୍ରୋଥ୍ ହୋଇଥାଏ ।
ମହୁର ବ୍ୟବହାର- ସେହିପରି ବାଦାମ ତେଲ, ମହୁ ଏବଂ କଦଳୀର ମିଶ୍ରଣ ମଧ୍ୟ ଆପଣଙ୍କ ରୂପି ସମସ୍ୟା ଦୂର କରିପାରିବ। ଏକ ପାତ୍ରରେ ତିନୋଟି ଜିନିଷକୁ ଭଲ ଭାବରେ ମିଶାଇ କେଶରେ ଲଗାନ୍ତୁ। ଏହି ମିଶ୍ରଣକୁ ଆପଣଙ୍କ କେଶରେ ଅଧ ଘଣ୍ଟା କିମ୍ବା ୧ ଘଣ୍ଟା ଲଗାଇବା ପରେ, ସାମାନ୍ୟ ସାମ୍ପୋ ସହିତ କେଶକୁ ଭଲ ଭାବରେ ଧୋଇ ଦିଅନ୍ତୁ। ଏହା କରିବା ଦ୍ୱାରା କେଶ ସୁନ୍ଦର ହେବା ସହ ଚମକପ୍ରଦ ଦେଖାଯାଏ।