Breaking PLUSଓଡ଼ିଶାଦେଶଦେଶ ବିଦେଶପୂଜା ପାର୍ବଣଭକ୍ତିମୁଖ୍ୟ ଖବର
ହଟିଲା କଟକଣା ଏଣିକି ରବିବାର ବି ଜଗା ଦର୍ଶନ କରିପାରିବେ
ମାର୍ଚ୍ଚ ୨୦ରୁ ଏଣିକି ରବିବାର ବି ଖୋଲା ରହିବ ଶ୍ରୀମନ୍ଦିର ।

ହଟିଛି ଶ୍ରୀମନ୍ଦିରରୁ ରବିବାର କଟକଣା । ମାର୍ଚ୍ଚ ୨୦ରୁ ଏଣିକି ରବିବାର ବି ଖୋଲା ରହିବ ଶ୍ରୀମନ୍ଦିର । ସବୁଦିନ ଭଳି ରବିବାର ବି ସାଧାରଣ ଦର୍ଶନ କରିପାରିବେ ଭକ୍ତମାନେ । ଛତିଶା ନିଯୋଗ ବୈଠକ ପରେ ପୁରୀ ଜିଲାପାଳ ସମର୍ଥ ବର୍ମା ଏହି ସୂଚନା ଦେଇଛନ୍ତି। ଏଣିକି ଦ୍ୱାରଫିଟାଠାରୁ ପହଡ଼ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେ। ଦର୍ଶନ ସମୟ ଲାଗି ଥିବା କଟକଣା ମଧ୍ୟ ହଟାଇ ଦିଆଯାଇଛି। ସୂଚନାଯୋଗ୍ୟ, କରୋନା ମହାମାରୀକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିରରେ କଟକଣା ଲାଗୁ କରାଯାଇଥିଲା। କରୋନା ଏବେ ଧୀରେ ଧୀରେ ହ୍ରାସ ହେବାରେ ଲାଗିଛି ।