Breaking PLUSଅପରାଧମୁଖ୍ୟ ଖବର

ଗୁଣିଗାରେଡି ସନ୍ଦେହରେ ଗଳା କାଟି ହତ୍ୟା

କିଛିଲୋକ ଆଜି ବି ଅନ୍ଧ ବିଶ୍ୱାସର ବଶବର୍ତ୍ତୀ

ମାଲକାନଗିରି : ଆଧୁନିକ ସମାଜର ଲୋକ ହୋଇ ମଧ୍ୟ କିଛିଲୋକ ଆଜି ବି ଅନ୍ଧ ବିଶ୍ୱାସର ବଶବର୍ତ୍ତୀ । ଗୁଣି ଗାରେଡି ସନ୍ଦେହରେ ଗଳା କାଟି ହତ୍ୟା । ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ୍ୟ । ଏମିତି ଏକ ଅମାନୁଷିକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ମୁଦୁଲିପଡ଼ା ବଣ୍ଡାଘାଟିରେ ।

ସୂଚନା ଅନୁଯାୟୀ, କିଛପଡା ଗ୍ରାମର ସମା କିର୍ଷାନି ଗତ ବୁଧବାର ରାତିରେ ଶୋଇଥିବା ସମୟରେ ରାତି ଅଧରେ ସମାଙ୍କ ଘରେ କିଛି ଦୁର୍ବୁତ୍ତ ପଶି ଏକ ଧାରୁଆ ଅସ୍ତ୍ରରେ ଗଳା କାଟି ଅତି ବିଭତ୍ସ ଭାବେ ହତ୍ୟା କରିଥିଲେ । ତେବେ କିଏ ଓ  କାହିଁକି ଏହି ହତ୍ୟା  କଲା ତାର ପ୍ରକୃତ କାରଣ ଜଣାପଡିନଥିଲା । ସ୍ଥାନୀୟ ଲୋକଙ୍କ ମତଯେ ସମା ଗୁଣିଗାରେଡି କରୁଥିବାରୁ ତାଙ୍କୁ କିଛି ଲୋକ ହତ୍ୟା କରିଥାଇପାରନ୍ତି ।

 ଘଟଣାଟି ପୂରା ଗାଁରେ ଚାଞ୍ଚଲ୍ୟ ଖେଳାଇ ଦେଇଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

Show More

Related Articles

Back to top button