Breaking PLUSଓଡ଼ିଶାଦୁର୍ଘଟଣାଦେଶମୁଖ୍ୟ ଖବର

ଡୁମୁନା ଏୟାରପୋର୍ଟରେ ବଡ ଦୁର୍ଘଟଣା ଅଳ୍ପକେ ବର୍ତ୍ତିଲେ ୫୫ ଯାତ୍ରୀ

ସେହି ସମୟରେ ବିମାନରେ ୫୫ ଯାତ୍ରୀଙ୍କ ସହ ୫ କ୍ରୁ ମେମ୍ବର ରହିଥିଲେ ।

ମଧ୍ୟପ୍ରଦେଶ ଜବଲପୁରରେ ଡୁମନା ଏୟାରପୋର୍ଟରେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ୫୫ ଯାତ୍ରୀ । ସୂଚନା ଅନୁଯାୟୀ, ଶନିବାର ଦ୍ୱିପ୍ରହର ୧.୧୩ ସମୟରେ ଦିଲ୍ଲୀରୁ ଆସୁଥିବା ଏୟାର ଇଣ୍ଡିଆର ଫ୍ଲାଇଟକୁ ଡୁମନା ଏୟାରପୋର୍ଟରେ ଲ୍ୟାଣ୍ଡ କରିବାର ଥିଲା । କିନ୍ତୁ ଲ୍ୟାଣ୍ଡିଂ ସମୟରେ ଯେତେବେଳେ ଫ୍ଲାଇଟ୍ ରନୱେରେ ଓହ୍ଲାଇଥିଲା ସେତେବେଳେ ହଠାତ୍ ପାଇଲଟ ବିମାନରୁ ନିୟନ୍ତ୍ରଣ ହରାଇ ବିମାନଟି ରନୱେରୁ ବାହାରକୁ ଚାଲିଯାଇଥିଲା । ପରେ ପାଇଲଟ୍ ତୁରନ୍ତ ବିମାନକୁ ନିଜ ନିୟନ୍ତ୍ରଣକୁ ଆଣିବାରେ ସକ୍ଷମ ହୋଇଥିଲେ, ଏବଂ ସବୁ ଯାତ୍ରୀ ସୁରକ୍ଷିତ ଉଦ୍ଧାର ହୋଇଥିଲେ । ତେବେ ଏହାକୁ କୁହାଯାଇପାରିବ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛନ୍ତି ୫୫ ଯାତ୍ରୀ । ସେହି ସମୟରେ ବିମାନରେ ୫୫ ଯାତ୍ରୀଙ୍କ ସହ ୫ କ୍ରୁ ମେମ୍ବର ରହିଥିଲେ । ଦୁର୍ଘଟଣା ପରେ ଡିସିଜିଏ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଘଟଣାରୁ କାରଣ ଜାଣିବାକୁ ପ୍ରୟାସ ଜାରି କରାଯାଇଛି ।

Show More

Related Articles

Back to top button