Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫ ଜଣଙ୍କ ଜୀବନ ନେଲା ମହାମାରୀ କରୋନା

ରାଜ୍ୟରେ ଆଜି ଆଉ ୧୫ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା ଭାଇରସ୍ । ଏ ସମ୍ପର୍କରେ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ରାଜ୍ୟରେ ଆଜି ଆଉ ୧୫ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା ଭାଇରସ୍ । ଏ ସମ୍ପର୍କରେ ଟ୍ୱିଟ୍ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୩୭ ରେ ପହଞ୍ଚିଛି । ତେବେ ରାଜ୍ୟରେ ଆଜି ପ୍ରଥମଥର ପାଇଁ ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ୧୫ ଛୁଇଁଛି । ଖୋର୍ଦ୍ଧା ଜିଲା ଭୁବନେଶ୍ୱରରୁ ଆଜି ସର୍ବାଧିକ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୟୂରଭଞ୍ଜରୁ ୨, ପୁରୀରୁ ୨, କଟକ, ବାଲେଶ୍ୱର, ନୟାଗଡ଼, ନୂଆପଡ଼ା, ନବରଙ୍ଗପୁର, ଢେଙ୍କାନାଳ, କନ୍ଧମାଳ, ମାଲାକାନଗିରିରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

Show More

Related Articles

Back to top button