Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ବେକାବୁ କରୋନା ସ୍ଥିତି, ଗତ ୨୪ ଘଣ୍ଟା ମଧ୍ୟରେ ୪୨୩୭ ଜଣ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ

ରାଜ୍ୟରେ ଆଜି ୪୨୩୭ ଜଣ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୪୮୫ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୭୫୨ଟି ଲୋକାଲ କେସ ରହିଛି

ରାଜ୍ୟରେ ଆଜି ୪୨୩୭ ଜଣ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୪୮୫ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୭୫୨ଟି ଲୋକାଲ କେସ ରହିଛି । ଏହି ୪୨୩୭ ଆକ୍ରାନ୍ତଙ୍କ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୯୨୫୪୮ରେ ପହଞ୍ଚି ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୫୩୨୧୩ ଜଣ ସୁସ୍ଥ ହୋଇ ସାରିଲେଣି । ବର୍ତ୍ତମାନ ସୁଦ୍ଧ ୩୮୫୪୬ ଜଣ ଚିକିତ୍ସାଧୀନ ରହିଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୬୪୭ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୫୭୭ ଜଣ ଚିହ୍ନଟ ହୋଇଛନ୍ତି ।

ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଅନୁଯାୟୀ ଅନୁଗୁଳରୁ ୧୧୦, ବାଲେଶ୍ୱର ୧୬୧, ବରଗଡ଼ ୧୨୧, ଭଦ୍ରକ ୧୩୬, ବଲାଙ୍ଗୀର ୬୭, ବୌଦ୍ଧ ୪୩, କଟକ ୫୭୭, ଦେବଗଡ଼ ୨୨, ଢେ଼ଙ୍କାନାଳ ୭୦, ଗଜପତି ୪୨, ଗଞ୍ଜାମ ୭୧, ଜଗତସିଂହପୁର ୧୭୩, ଯାଜପୁର ୨୦୧, ଝାରସୁଗୁଡ଼ା ୨୦୫, କଳାହାଣ୍ଡି ୫୭, କନ୍ଧମାଳ ୫୫, କେନ୍ଦ୍ରାପଡ଼ା ୧୪୮, କେନ୍ଦୁଝର ୪୨, ଖୋର୍ଦ୍ଧା ୬୪୭, କୋରାପୁଟ ୮୯, ମାଲକାନଗିରି ୪୪, ମୟୂରଭଞ୍ଜ ୧୩୯, ନବରଙ୍ଗପୁର ୭୦, ନୟାଗଡ଼ ୫୦, ନୂଆପଡ଼ା ୧୧୫, ପୁରୀ ୨୧୯, ରାୟଗଡ଼ା ୫୧, ସମ୍ବଲପୁର ୧୧୧, ସୁବର୍ଣ୍ଣପୁର ୧୩୧, ସୁନ୍ଦରଗଡ଼ ୧୦୧ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟ ପୁଲରୁ ୧୬୯ ଜଣ ଚିହ୍ନଟ ହୋଇଛନ୍ତି ।

Show More

Related Articles

Back to top button