
ମଲାଇକାଙ୍କ ସହ ଛାଡପତ୍ର ପରେ ଅରବାଜ୍ ତାଙ୍କ ଗାର୍ଲଫ୍ରେଣ୍ଡଙ୍କୁ ନେଇ ଖୁବ୍ ଚର୍ଚ୍ଚାରେ ଥିଲେ । ହେଲେ ମଝିରେ ତାଙ୍କ ନାଁ ହଟି ଯାଇଥିଲା । ଆଜିକାଲି ସୋସିଆଲ ମିଡିଆରେ ବଲିଉଡ ଅଭିନେତା ଅରବାଜ ଖାନ ଅନେକ ଚର୍ଚ୍ଚାରେ ଆସିଛନ୍ତି। ଏବେ ତାଙ୍କୁ ପ୍ରାୟତଃ ଗର୍ଲଫ୍ରେଣ୍ଡ ତଥା ମଡେଲ-ଅଭିନେତ୍ରୀ ଜର୍ଜିଆ ଆଣ୍ଡ୍ରିଆନିଙ୍କ ସହ ଦେଖିବାକୁ ମିଳୁଛି । ଦୁହେଁ ସବୁଠି ସ୍ପଟ୍ ମଧ୍ୟ ହେଉଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଉଭୟଙ୍କ ଫଟୋ ଏବଂ ଭିଡିଓ ମଧ୍ୟ ବହୁତ ଭାଇରାଲ ହେବାରେ ଲାଗିଛି । ଏଥି ସହିତ, ଉଭୟ ଆଜିକାଲି ମାଲଦ୍ୱୀପରେ ରୋମାଣ୍ଟିକ୍ ଫଟୋ ସେୟାର କରୁଛନ୍ତି । ଯାହାକି ଦେଖିବାକୁ ମିଳୁଛି ଯେ ଦୁହେଁ ସେଠାରେ ଏକାଠି ସମୟ ବିତାଉଛନ୍ତି । ଏହି ଛୁଟିଦିନରୁ ଅରବାଜ ଖାନ ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରିଛନ୍ତି। ଏହି ଫଟୋ ଗୁଡ଼ିକରେ ଦେଖିବାକୁ ମିଳୁଛି କି ଉଭୟ ଅରବାଜ ଏବଂ ଜର୍ଜିଆ ବହୁତ ରୋମାଣ୍ଟିକ ମନୋଭାବରେ କରୁଛନ୍ତି ।
ଅରବାଜ ଖାନ ତାଙ୍କର ଏହି ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି ପୋଷ୍ଟ ସହିତ ସେ କ୍ୟାପସନରେ ଲେଖିଛନ୍ତି ‘ଆମାୟା କୁଦା ରାହରେ ଆମର ରହଣି ଉପଭୋଗ କରିଛି .. ଚମତ୍କାର ଆତିଥ୍ୟ ପାଇଁ ଧନ୍ୟବାଦ’। ଏହା ସହିତ ପ୍ରଶଂସକମାନେ ମଧ୍ୟ ଉଭୟଙ୍କ ଯୋଡିଙ୍କୁ ପ୍ରଶଂସା କରୁଛନ୍ତି। ତାଙ୍କର ଜଣେ ପ୍ରଶଂସକ ଲେଖିଛନ୍ତି କି ‘ଦୁହେଁ ଏକାଠି ଭଲ ଦେଖାଯାଉଛନ୍ତି’ ଏହା ସହ ଅନ୍ୟଜଣେ ଲେଖିଛନ୍ତି , ‘ବହୁତ ସୁନ୍ଦର ଫଟୋ’ । ସୂଚନା ଅନୁଯାୟୀ, ଅରବାଜ ତାଙ୍କ ଫିଲ୍ମ କ୍ୟାରିୟର ଦରାର୍ରେ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରରେ ଅରବାଜଙ୍କୁ ସାଇକୋ ସ୍ୱାମୀ ଭୂମିକାରେ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ର ପାଇଁ ସେ ଫିଲ୍ମ ଫେୟାରରେ ବେଷ୍ଟ ଭିଲେନ ପୁରସ୍କାର ମଧ୍ୟ ପାଇଥିଲେ। ଅରବାଜ ଗାର୍ଭ – ଦି ପ୍ରାଇଡ୍ ଅଫ୍ ଅନର, ଡବାଙ୍ଗ, ଡବାଙ୍ଗ 2, ହଷ୍ଟେଲ, ପ୍ୟାର କିୟା ଟୁ ଡର୍ନା କୟା, ହେଲୋ ଭାଇ ଭଳି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଏଥି ସହିତ ଜର୍ଜିଆ ଆଣ୍ଡ୍ରିଆନି ‘ ୱେଲକମ୍ ବଜରଞ୍ଜପୁର’ ସହିତ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ଜର୍ଜିଆ ୱେବ୍ ସିରିଜ୍ ‘କାରୋଲିନ୍ ଏବଂ କାମାକ୍ସି’ ସହିତ ଅଭିନୟ ଆରମ୍ଭ କରିଥିଲେ, ଏହା ପରେ ସେ ଗାୟକ ମିକା ସିଂଙ୍କ ସହ ମ୍ୟୁଜିକ୍ ଆଲବମ୍ ‘ରୁପ୍ ଟେରା ମସ୍ତାନା’ରେ ଅଭିନୟ କରିଥିଲେ ।