ମନୋରଞ୍ଜନ

ରଣବୀର: ୨ ରୁ ୩ ବର୍ଷ ଭିତରେ ଆମର ବି ପିଲା ହେବ, ଛୁଆମାନଙ୍କ ନାଁର ସର୍ଟଲିଷ୍ଟ କରୁଛି’…

ବଲିଉଡ ଅଭିନେତା ରଣବୀର ସିଂହ ଓ ଦୀପିକା ପାଦୁକୋନ ଇଣ୍ଡଷ୍ଟ୍ରୀର କୁଲ୍‌ କପଲ୍‌ ଭାବେ ବେଶ ଜଣାଶୁଣା । ଦୁହେଁ ପରସ୍ପରକୁ ପାଖାପାଖି ୬ ବର୍ଷ କାଳ ଡେଟ କରିବା ପରେ ୨୦୧୮ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ।

ଇଣ୍ଡଷ୍ଟ୍ରିରେ ଦୁହିଁଙ୍କୁ ପାୱାର କପଲ ଭାବେ ମଧ୍ୟ କୁହାଯାଏ। ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଏତେ ଦୃଢ ଯେ ଦୁହେଁ ସୋସିଆଲ ମିଡିଆରେ ପରସ୍ପର ପାଇଁ କିଛି ନା କିଛି ପୋଷ୍ଟ କରିଥାନ୍ତି । ଏମାନଙ୍କ ବିବାହକୁ ଖୁବ ଶୀଘ୍ର ୩ ବର୍ଷ ପୂରିବାକୁ ଯାଉଛି । ଆଉ ନିକଟରେ ହିଁ ରଣବୀର ଫ୍ୟାମିଲି ପ୍ଲାନିଂକୁ ନେଇ ଖୋଲାଖୋଲି ଭାବେ ଆଲୋଚନା କରିଛନ୍ତି । ତେବେ ସୂଚନା ଅନୁଯାୟୀ ରଣବୀର ଖୁବ ଶୀଘ୍ର ଟେଲି ଦୁନିଆରେ ଡେବ୍ୟୁ କରିବାକୁ ଯାଉଛନ୍ତି । ତେବେ ଗେମ ଶୋ “ଦ ବିଗ ପିକ୍ଚର”ରେ ନଜର ଆସିବାକୁ ଯାଉଛନ୍ତି ରଣବୀର । କଲର୍ସ ଚ୍ୟାନେଲରେ ଅକ୍ଟୋବର ୧୬ ତାରିଖରୁ ରାତି ୮ ଟାରେ ଆରମ୍ଭ ହେବାକୁ ଯାଉଛି ଏହି ଶୋ । ଏଥିରେ ଜଣେ ପ୍ରତିଯୋଗୀଙ୍କ ସହ କଥା ହେଉଥିବା ସମୟରେ ରଣବୀର ଖୋଲାଖୋଲି ଭାବରେ ଫ୍ୟାମିଲି ପ୍ଲାନିଂକୁ ନେଇ କିଛି କହିଥିଲେ । ଯାହା ଏବେ ଫ୍ୟାନ୍ସ ମାନଙ୍କ ମଧ୍ୟରେ ଗସିପ୍‌ ଆରମ୍ଭ ହୋଇଗଲାଣି । ସେ ଏହା ମଧ୍ୟ କହିଥିଲେକି ଆସନ୍ତା ୨ ରୁ ୩ ବର୍ଷ ଭିତରେ ଆମର ବି ପିଲା ଛୁଆ ହେବେ ।

ଆଉ ଏହା ମଧ୍ୟ କହିଥିଲେକି ଆପଣଙ୍କ ଭାଉଜ ଛୁଆ ବେଳେ ବହୁତ କ୍ୟୁଟ ବେବି ଦେଖା ଯାଉଥିଲେ । ମୋତେ ଏମିତି ବି ଗୋଟେ ଠିକ୍‌ ସେହି ପରି ବେବି ଦରକାର । ବର୍ତ୍ତମାନ ଛୁଆମାନଙ୍କ ନାଁ ସର୍ଟଲିଷ୍ଟ କରୁଥିବା କଥା ବି ରଣବୀର କହିଛନ୍ତି । ଆଉ ସେ କହିଛନ୍ତିକି ମୁଁ ଭାବୁଛି ମୋ ପୁଅ ନାଁ ସୂର୍ଯ୍ୟବିର ସିଂ ରଖିବି । ଦୀପିକା ଓ ରଣବୀର ଅଧିକାଂଶ ସମୟରେ ସୋସିଆଲ ମିଡିଆରେ ପରସ୍ପର ସହିତ କଥା ହେଉଥିବାର ମଧ୍ୟ ଦେଖାଯାଇଛି । ଶୋ’ରେ ରଣବୀର ଏହା ମଧ୍ୟ କହିଥିଲେକି ଟିଭି ଶୋ’ରେ ଡେବ୍ୟୁ କରିବା ପାଇଁ ଦୀପିକା ହିଁ ତାଙ୍କୁ ପ୍ରୋତ୍ସାହିତ କରିଥିଲେ ।

Show More

Related Articles

Back to top button