ବାଣିଜ୍ୟ

ମୁକେଶ ଅମ୍ବାନୀଙ୍କୁ ଶକ୍ତ ଝଟ୍‌କା : ଟପ୍-୧୦ କୋଟିପତି ତାଲିକାରୁ ବାଦ୍ ପଡିଲେ ଶିଳ୍ପପତି…

ଦୁନିଆର ସବୁଠାରୁ ଧନୀ ଓ କୋଟିପତି ଏଲନ ମସ୍କଙ୍କ ସମ୍ପତ୍ତି ଉପରେ ଖୁବ୍‌ ଲାଭ ହୋଇଛି । ଏଥି ସହିତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କୁ ଏକ ଅସୁବିଧା ସହ ଝଟ୍‌କା ଲାଗିଛି ।

ଟେସଲା ସିଇଓ ଏଲୋନ୍ ମସ୍କଙ୍କ ସମ୍ପତ୍ତି ୬.୦୬ ବିଲିୟନ ଡ଼ଲାରରେ ବୃଦ୍ଧି ପାଇଛି। ବର୍ତ୍ତମାନ ମସ୍କର ସମ୍ପତ୍ତି ହେଉଛି ୨୩୬ ବିଲିୟନ ଡ଼ଲାର୍ । ଏଥି ସହିତ ଆମାଜନ ସିଇଓ ଜେଫ ବେଜୋସ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଜେଫ୍ ବେଜୋସଙ୍କ ସମ୍ପତ୍ତି ୫.୬୩ ବିଲିୟନ ଡ଼ଲାରରୁ ୧୯୭ ବିଲିୟନ ଡ଼ଲାରକୁ ବୃଦ୍ଧି ପାଇଛି। ବର୍ତ୍ତମାନ ସେ ସମ୍ପତ୍ତି ଦୃଷ୍ଟିରୁ ଏଲୋନ୍ ମସ୍କ ଠାରୁ ୩୯ ବିଲିୟନ ଡଲାର ପଛରେ ଅଛନ୍ତି। ଅନ୍ୟପଟେ ମୁକେଶ ଅମ୍ବାନୀଙ୍କୁ ଧକ୍କା ଲାଗିଛି ଶକ୍ତ ଝଟ୍‌କା । ଧନ ସମ୍ପତ୍ତି ଦୃଷ୍ଟିରୁ ଭାରତର ମୁକେଶ ଅମ୍ବାନୀ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ୩୦.୨ ମିଲିୟନ ଡଲାରରେ ହ୍ରାସ ପାଇଛି। ବର୍ତ୍ତମାନ ଅମ୍ବାନୀଙ୍କ ନିଟୱାର୍ଥ ମୂଲ୍ୟ ହେଉଛି ୧୦୨ ବିଲିୟନ ଡ଼ଲାର୍ । ଏହି ହ୍ରାସ ଯୋଗୁଁ ଅମ୍ବାନୀ ଏହି ଶ୍ରେଷ୍ଠ ୧୦ ଅବରପତି ତଥା କୋଟିପତି ତାଲିକାରୁ ବାଦ ପଡିଛନ୍ତି।

ର଼୍ୟାଙ୍କିଙ୍ଗ ଦୃଷ୍ଟିରୁ ଦେଖିଲେ ସେ ୧୧ନମ୍ବର ସ୍ଥାନରେ ଅଛନ୍ତି। ସେପଟେ ଏହି ସମୟରେ ଆଦାନୀ ଗ୍ରୁପ୍ ମୁଖ୍ୟ ଗୌତମ ଆଦାନୀଙ୍କ ସମ୍ପତ୍ତି ୭୭ ବିଲିୟନ ଡଲାର ଅତିକ୍ରମ କରିଛି। ଗୌତମ ଆଦାନୀଙ୍କ ସମ୍ପତ୍ତି ବର୍ତ୍ତମାନ ୭୭.୭ ବିଲିୟନ ଡ଼ଲାର ଅଟେ। ରାଙ୍କିଙ୍ଗ୍ ଦୃଷ୍ଟିରୁ ସେ ୧୩ ତମ ସ୍ଥାନରେ ଅଛନ୍ତି । ଏହା ବ୍ୟତୀତ ୪୦.୫ ବିଲିୟନ ଡ଼ଲାର ସହିତ ଭାରତର ଆଜିମ ପ୍ରେମଜୀ ୩୩ ତମ ସ୍ଥାନରେ ଥିବାବେଳେ ଶିବ ନାଦର ୩୦.୭ ବିଲିୟନ ଡ଼ଲାର ସହିତ ୪୬ ତମ ସ୍ଥାନରେ ଅଛନ୍ତି। ରାଧାକୀଶନ୍ ଦମାନୀଙ୍କ ସମ୍ପତ୍ତି ମୂଲ୍ୟ ୨୭.୮ ବିଲିୟନ ଡ଼ଲାର୍ । ସେ ହେଉଛନ୍ତି ବିଶ୍ୱର ୫୫ତମ ଧନୀ କୋଟିପତି।

Show More

Related Articles

Back to top button