ମନୋରଞ୍ଜନ

ରିତିକ ରୋଶନ ଓ ରଣବୀର କପୁରଙ୍କୁ ମିଳିବ ୭୫-୭୫ କୋଟି ଟଙ୍କା

‘ରାମାୟଣ’ରେ ରାମ ଓ ରାବଣ ଚରିତ୍ରରେ କରିବେ ଅଭିନୟ

ବଲିଉଡ ଅଭିନେତା ରିତିକ ରୋଶନ ଓ ରଣବୀର କପୁର ନିଜ ଅଭିନୟ କ୍ୟାରିୟରରେ ସବୁଠୁ ଗୁରୁତ୍ଵପୂର୍ଣ୍ଣ ଏବଂ ଦମଦାର ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି। ଦୁଇ ଅଭିନେତା ରାମ ଏବଂ ରାବଣ ଭୂମିକାରେ ନଜର ଆସିବେ। ନିର୍ଦ୍ଦେଶକ ନିତେଶ ତିଓ୍ଵାରୀ ଫିଲ୍ମ ‘ରାମାୟଣ’ ନିର୍ମାଣ କରିବାକୁ ଯାଉଛନ୍ତି। ରିପୋର୍ଟ ଅନୁଯାୟୀ, ଫିଲ୍ମକୁ ତିନି ଭାଗରେ ପ୍ରସ୍ତୁତ କରାଯିବ। ଏହି ଫିଲ୍ମର ବଜେଟ୍ ୭୫୦ କୋଟି ଟଙ୍କା ରଖାଯାଇଛି। ଏବେ ରିତିକ ଏବଂ ରଣବୀରଙ୍କ ଫି କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇ ଯାଇଛି।

ସୂଚନାଯୋଗ୍ୟ, ଏହା ପୂର୍ବରୁ ମଧ୍ୟ ଅନେକ ଥର ‘ରାମାୟଣ’କୁ ଅନେକ ଚଳଚ୍ଚିତ୍ର ନିର୍ମାତା ନିଜ ଢଙ୍ଗରେ ନିର୍ମାଣ କରିଛନ୍ତି। ମାତ୍ର କେହି ବି ରାମାନନ୍ଦ ସାଗରଙ୍କ ପରି ‘ରାମାୟଣ’ ପ୍ରସ୍ତୁତ କରି ପାରି ନାହାନ୍ତି କି ଲୋକପ୍ରିୟତା ପାଇ ପାରି ନାହାନ୍ତି। ରାମାନନ୍ଦ ସାଗରଙ୍କ ‘ରାମାୟଣ’ ଡିଡି ନ୍ୟାସନାଲରେ ପ୍ରସାରଣ ହେଉଥିଲା।

ଏହି ଶୋ ଏତେ ଲୋକପ୍ରିୟ ଥିଲା ଯେ, ଲକ୍‌ଡାଉନ୍‌ ସମୟରେ ଏହାକୁ ପୁନର୍ବାର ପ୍ରସାରଣ କରିବାକୁ ନିର୍ଣ୍ଣୟ ନିଆଯାଇଥିଲା। ଏବେ ଏହାକୁ ନିର୍ମାଣ କରିବାର ଭାର ‘ଦଙ୍ଗଲ’ ନିର୍ଦ୍ଦେଶକ ନିତେଶ ତିଓ୍ଵାରୀ ସମ୍ଭାଳିଛନ୍ତି।

ଉଭୟଙ୍କୁ ମିଳିବ ଏତେ ଫି

ବଲିଉଡ ହଙ୍ଗାମା ରିପୋର୍ଟ ଅନୁଯାୟୀ, ରିତିକ ରୋଶନ ଓ ରଣବୀର କପୁର ରାବଣ ଏବଂ ରାମ ଚରିତ୍ରରେ ନଜର ଆସିବେ। ଦୁହିଁଙ୍କୁ ୭୫-୭୫ କୋଟି ଟଙ୍କା ଫି ହିସାବରେ ମିଳିବ। ନିତେଶ ତିଓ୍ଵାରୀ ଏବଂ ତାଙ୍କ ଟିମ୍ ସୀତା ଚରିତ୍ରରେ ଅଭିନୟ ପାଇଁ ଅଭିନେତ୍ରୀଙ୍କ ସନ୍ଧାନ କରୁଛନ୍ତି। କରିନା କପୁର ଖାନଙ୍କୁ ଏହି ସୀତା ଚରିତ୍ରରେ ଅଭିନୟ ପାଇଁ ଅଫର ଦିଆଯାଇଥିଲା। ମାତ୍ର ସୂତ୍ର ମୁତାବକ ଏହା ମାର୍କେଟିଂ ଟିମ୍ ଦ୍ଵାରା ଷ୍ଟୋରୀ ପ୍ଲାଣ୍ଟ କରାଯାଇଥିଲା। ବାସ୍ତବରେ କରୀନା ଏହି ରୋଲ୍‌ ପାଇଁ ଫିଟ୍ ନୁହନ୍ତି ବୋଲି କୁହାଯାଇଛି।

Show More

Related Articles

Back to top button