ଖେଳ

ଆଜି ଆଇପିଏଲରେ ମୁମ୍ବାଇ-ପଞ୍ଜାବ ମୁହାଁମୁହିଁ : ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲା ପଞ୍ଜାବ

ଆଜି ଆଇପିଏଲରେ ମୁହାଁମୁହିଁ ହେବେ ମୁମ୍ବାଇ-ପଞ୍ଜାବ । ଟସ ଜିତି ପ୍ରଥମେ ବ୍ୟାଟିଂ କରିବ ପଞ୍ଜାବ ଏବଂ ବୋଲିଂ କରିବ ମୁମ୍ବାଇ । ଉଭୟ ଦଳ ନିମନ୍ତେ ଏହି ମ୍ୟାଚ୍ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ଆଜିର ମ୍ୟାଚରେ ପଞ୍ଜାବ ମୟଙ୍କ ଅଗ୍ରୱାଲଙ୍କ ବଦଳରେ ମନଦୀପ ସିଂହଙ୍କୁ ଦଳରେ ନେଇଛି । ମୟଙ୍କ ଅଗ୍ରୱାଲ ଆହତ ଜନିତ ସମସ୍ୟାକାରଣରୁ ଦଳରୁ ବାଦ ପଡିଛନ୍ତିି । ସେହିପରି ମୁମ୍ବାଇ ଆଜି ଦୁଇଟି ପରିବର୍ତ୍ତନ ସହ ପଡିଆକୁ ଓହ୍ଲାଇବ । ଇଶାନ କିଷନଙ୍କ ବଦଳରେ ସୌରଭ ତିୱାରୀ ଓ ମିଲନେଙ୍କ ବଦଳରେ ନାଥନ୍ କୁଲଟର ନାଇଲ୍ ଦଳରେ ସ୍ଥାନ ପାଇଛନ୍ତି । ମୁମ୍ବାଇ ଏବେ ସୁଦ୍ଧା ୧୦ଟି ମ୍ୟାଚରୁ ମାତ୍ର ୪ଟିରେ ବିଜୟ ପାଇଁ ପ୍ଲେ-ଅଫ୍ ପାଇଁ ସଂଘର୍ଷ କରୁଛି । ସେହିପରି ପଞ୍ଜାବ ମଧ୍ୟ ୧୦ଟିରୁ ୪ଟି ବିଜୟ ପାଇଁ ପ୍ଲେ-ଅଫ ଦୌଡରେ ରହିଛି । ତେଣୁ ଏହି ମ୍ୟାଚ୍ ଦୁହିଁଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି ।

Show More

Related Articles

Back to top button