Breaking PLUSଦେଶବିଧାନସଭାମୁଖ୍ୟ ଖବରରାଜନୀତି

ଆସନ୍ତା କାଲି ଚନ୍ନୀଙ୍କ ନୂଆ ମନ୍ତ୍ରିମଣ୍ଡଳ

ଚଣ୍ଡିଗଡରେ ଶପଥ କାର୍ଯ୍ୟକ୍ରମ

ପଞ୍ଜାବରେ କଂଗ୍ରେସର ହେବ ନୂଆ ସରକାର ।  କ୍ୟାପଟେନ ଅମରିନ୍ଦରଙ୍କ ପରେ ନୂଆ ମୁଖ୍ୟମନ୍ତ୍ରୀ ହେବେ ଚରଣଜିତ ସିଂହ ଚନ୍ନୀ ।  କଂଗ୍ରେସ ହାଇକମାଣ୍ଡଙ୍କ ସହ ଆଲୋଚନା ପରେ ପଞ୍ଜାବ ମନ୍ତ୍ରିମଣ୍ଡଳ ତାଲିକା ଚୂଡାନ୍ତ ହୋଇଛି । କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସହ ଏନେଇ ଆଲୋଚନା କରିବା ପରେ ତାଲିକା ଚୂଡାନ୍ତ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ଚରଣଜିତ ସିଂହ ଚନ୍ନୀ ।

ଗତ ସୋମବାର ମୁଖ୍ୟମନ୍ତ୍ରୀ ଦାୟିତ୍ବ ନେଇଥିବା ଚନ୍ନୀ ନୂଆ ମନ୍ତ୍ରିମଣ୍ଡଳ ପ୍ରସଙ୍ଗରେ ବର୍ତ୍ତମାନ ସୁଦ୍ଧା ୩ ଥର ଦିଲ୍ଲୀ ଗସ୍ତରେ ଗଲେଣି । ଗତ ସପ୍ତାହରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ କ୍ୟାପଟେନ୍ ଅମରିନ୍ଦର ସିଂହ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନ ଗ୍ରହଣ କରିଥିଲେ ଚନ୍ନୀ । ନୂଆ ମନ୍ତ୍ରିମଣ୍ଡଳକୁ ନେଇ ବିଭିନ୍ନ ଚାପ, ବିବାଦ ଆଦି ପରିଲକ୍ଷିତ ହେଉଥିବାରୁ ଚନ୍ନୀ ତିନି ତିନି ଥର ଦିଲ୍ଲୀ ଗସ୍ତ କରିଥିଲେ । ତେବେ ଶେଷରେ ରାହୁଲ ଏହି ତାଲିକାକୁ ସ୍ବୀକୃତି ଦେଇଛନ୍ତି । ଆସନ୍ତାକାଲି ଚଣ୍ଡିଗଡରେ ଶପଥ ନେବ ନୂଆ ମନ୍ତ୍ରିମଣ୍ଡଳ । ପଞ୍ଜାବ ରାଜନୀତିରେ ଘଡିକେ ଘୋଡା ଛୁଟୁଥିବାରୁ ନୂଆ ସରକାର କେମିତି ଚାଲୁଛି ତାହା ଉପରେ ଏବେ ସମସ୍ତଙ୍କ ନଜର ।

Show More

Related Articles

Back to top button