Breaking PLUSଓଡ଼ିଶାମୁଖ୍ୟ ଖବର

ଉପକୂଳ ମୁହାଁ ସାମୁଦ୍ରକି ଝଡ

ମଧ୍ୟରାତ୍ରରେ ଲ୍ୟାଣ୍ଡଫଲ କରିବ ‘ଗୁଲାବ’, ୩ ଘଣ୍ଟା ଧରି ଚାଲିବ ପ୍ରକ୍ରିୟା

ରବିବାର ମଧ୍ୟରାତ୍ରୀରେ ଲ୍ୟାଣ୍ଡଫଲ କରିବ ବାତ୍ୟା ଗୁଲାବ । ଏହାର ପ୍ରଭାବରେ ଗଜପତି, ଗଞ୍ଜାମ ଜିଲ୍ଲାରେ ଝିପଝିପ ବର୍ଷା ଆରମ୍ଭ ହୋଇଯାଇଛି । ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଥିବା ଗଭୀର ଅବପାତ ଏବେ ବାତ୍ୟାର ରୂପ ନେଇଛି । ଗୋପାଳପୁର ଓ ଆନ୍ଧ୍ରର କଳିଙ୍ଗପଟ୍ଟନମ ନିକଟରେ ସ୍ଥଳଭାଗ ଅତିକ୍ରମ କରିପାରେ । ରାତି ୯ ଟା ପରେ ଆରମ୍ଭ ହେବ ଗୁଲାବର ଲ୍ୟାଣ୍ଡଫଲ ପ୍ରକ୍ରିୟା । ପାଖାପାଖି ୩ ଘଣ୍ଟା ଧରି ଚାଲିବ ପ୍ରକ୍ରିୟା । ଏହି ସମୟରେ ପବନର ବେଗ ୭୦ ରୁ ୮୦ କିଲୋମିଟର ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।

ଲ୍ୟାଣ୍ଡଫଲ ସମୟରେ ଗଞ୍ଜାମ ଓ ଗଜପତି ଜିଲ୍ଲା ବିଶେଷ ପ୍ରଭାବିତ ହେବ । ଏଠାରେ ୭୫ ରୁ ୮୫ ରହିବ ପବନର ବେଗ । ତେବେ ଆକସ୍ମିକ ବନ୍ୟା, ଲ୍ୟାଣ୍ଡ ସ୍ଲାଇଡ୍ ହେବାର ସମ୍ଭାବନା ମଧ୍ୟ ରହିଛି । ପୁରୀ, ଖୋର୍ଦ୍ଧା, ନବରଙ୍ଗପୁର, ରାୟଗଡା, କନ୍ଧମାଳ, କୋରାପୁଟ, ମାଲକାନାଗିରିରେ ବି ପବନର ବେଗ ୪୫ ରୁ ୫୫ ରହିବ । କିନ୍ତୁ ସମୟେ ସମୟେ ୬୫ କିଲୋମିଟର ରହିବ ପବନର ଝଟକା । ଲ୍ୟାଣ୍ଡଫଲ ପରେ ୧୨ ଘଣ୍ଟା ପର୍ଯ୍ୟନ୍ତ ଅବପାତ ରୂପରେ ରହିବ ଗୁଲାବ୍ । ଏହାର ପ୍ରଭାବରେ ଆସନ୍ତା କାଲି ମଧ୍ୟ ବର୍ଷା ଜାରି ରହିବ । ବର୍ତ୍ତମାନ ସୁଦ୍ଧା ଚାନ୍ଦବାଲିରେ ସର୍ବାଧିକ ୨୧ ମିମି ରେକର୍ଡ ହୋଇଛି ବର୍ଷା ।

Show More

Related Articles

Back to top button