Breaking PLUSଦେଶବଲିଉଡମନୋରଞ୍ଜନମୁଖ୍ୟ ଖବର

ଅକ୍ଟୋବର ୨୨ରୁ ମହାରାଷ୍ଟ୍ରରେ ଖୋଲିବ ସିନେମାଘର

ଦୀପାବଳୀରେ ରିଲିଜ ହେବ ସୂର୍ଯ୍ୟବଂଶୀ

କୋରୋନା କଟକଣା ପାଇଁ ଏଣ୍ଟରଟେନମେଣ୍ଟ କ୍ୟାପିଟାଲ ମୁମ୍ବାଇ ବେଶ କ୍ଷତି ସହିଲାଣି । ଆସନ୍ତା ମାସରୁ କୋଭିଡ କଟକଣା କୋହଳ କରିବାକୁ ଯ଼ାଉଛନ୍ତି ମହାରାଷ୍ଟ୍ର ସରକାର । ଅକ୍ଟୋବର ୨୨ରୁ ମହାରାଷ୍ଟ୍ରରେ ସିନେମାଘର ଖୋଲାଯିବ । ଏହି ଘୋଷଣା ପରେ ଦୀର୍ଘ ଦିନ ଧରି ଅପେକ୍ଷା କରିଥିବା ଫିଲ୍ମ ମେକରମାନେ ସେମାନଙ୍କ ଫିଲ୍ମ ରିଲିଜ ନେଇ ଆଗ୍ରହ ପ୍ରକାଶ କରିବା ଆରମ୍ଭ କରିଦେଇଛନ୍ତି । ଅକ୍ଷୟ କୁମାରଙ୍କ ସୂର୍ଯ୍ୟବଂଶୀ ଦୀପାବଳୀରେ ରିଲିଜ ହେବ ବୋଲି ଘୋଷଣା କରାଯାଇଛି । ପୂର୍ବରୁ ତାଙ୍କର ଆଉ ଏକ ଫିଲ୍ମ ପୃଥ୍ୱୀରାଜ ମଧ୍ୟ ୫ ନଭେମ୍ବରକୁ ରିଲିଜ କରିବା ପାଇଁ ଯୋଜନା କରାଯାଇଛି ।

ତେବେ ଅକ୍ଷୟ ତାଙ୍କ ୨ଟି ଯାକ ଫିଲ୍ମ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଚାହୁଁ ନାହାନ୍ତି । ଖୁବ୍ ଶୀଘ୍ର ଏ ନେଇ ଆଲୋଚନା କରାଯିବ ବୋଲି ରାଜ ବଂଶଲ କହିଛନ୍ତି । ତେବେ ସେ ଯାହା ହେଉ ଏଥର ଦୀପାବଳୀରେ ପୋଲିସ ରାଜୁତି ନିଶ୍ଚିତ ଭାବେ ହେବ ବୋଲି ସେ କହିଛନ୍ତି ।

Show More

Related Articles

Back to top button