Breaking PLUSଦେଶମୁଖ୍ୟ ଖବରରାଜନୀତି

ଗୋଆରେ ଲଢିବ ଟିଏମସି

ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା!

ପଶ୍ଚିମବଙ୍ଗର ଭବାନୀପୁର ଆସନକୁ ନେଇ ଦେଶରେ ଚର୍ଚ୍ଚା ଜୋର ଧରିଥିବାବେଳେ ଏବେ ଟିଏମସି ଗୋଆରେ ନିର୍ବାଚନ ଲଢିବା ଖବର ସାମ୍ନାକୁ ଆସିଛି ।  ଆଗାମୀ ଗୋଆ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ଲଢ଼ିବ ବୋଲି ଶନିବାର ଘୋଷଣା କରିଛି । ଖୁବଶୀଘ୍ର ପାର୍ଟି ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିବ ବୋଲି ପ୍ରମୁଖ ନେତା ଡେରେକ ଓ’ବ୍ରେନ କହିଛନ୍ତି । ଗୋଆରେ ବିଜେପି ଆମର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ହେବ ବୋଲି ସେ ଘୋଷଣା କରିଛନ୍ତି । ଏହି ଅବସରରେ ସେ କଂଗ୍ରେସକୁ ସମାଲୋଚନା କରି କହିଥିଲେ ଆମ ପାର୍ଟିରେ ହାଇକମାଣ୍ଡ ସଂସ୍କୃତି ନାହିଁ ।

ଗୋଆବାସୀ ଏଥର ବିଜେପିକୁ ହଟାଇବା ପାଇଁ ମନ ବଳାଇ ସାରିଲେଣି । ପିଏମ ନରେନ୍ଦ୍ର ମୋଦୀଙ୍କ ବିକଳ୍ପ କେବଳ ମମତା ହୋଇପାରିବେ । ଏହି ଅବସରରେ ସେ କହିଥିଲେ ଟିଏମସି ମୈଦାନକୁ ଓହ୍ଲାଇଲେ ବିପକ୍ଷ ଭୋଟ ବିଭାଜିତ ହେବ ନାହିଁ ।

Show More

Related Articles

Back to top button