Breaking PLUSଓଡ଼ିଶାମୁଖ୍ୟ ଖବର

ଆସନ୍ତାକାଲିଠାରୁ ଭକ୍ତଙ୍କୁ ଦର୍ଶନ ଦେବେ ମାଆ ସମଲେଶ୍ୱରୀ

ତିନି ମାସ ପରେ କାଲିଠୁ ଭକ୍ତଙ୍କୁ ଦର୍ଶନ ଦେବେ ସମ୍ୱଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀ । ସର୍ବସାଧାରଣ ଦର୍ଶ ପାଇଁ ସମଲେଶ୍ୱରୀ ମନ୍ଦିର ଖୋଲିବ । ସମଲେଶ୍ୱରୀ ମନ୍ଦିରରେ ସକାଳ ୬ଟାରୁ ସାଢ଼େ ୧୧ଟା ଓ ଅପରାହ୍ଣ ୩ଟାରୁ ସାଢ଼େ ୭ଟା ଯାଏ ସର୍ବସାଧାରଣ ଦର୍ଶନ ଚାଲିବ । କୌଣସି ଭକ୍ତ ମନ୍ଦିରକୁ ଭୋଗ ନେଇ ଆସିପାରିବେ ନାହିଁ । କୌଣସି ଧର୍ମାନୁଷ୍ଠାନରେ ଭୋଗ କିମ୍ବା ପ୍ରସାଦ କରିପାରିବେ ନାହିଁ ଶ୍ରଦ୍ଧାଳୁ ।

ସେହିପରି ସମ୍ୱଲପୁର ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଖୋଲିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ । ମନ୍ଦିର ଟ୍ରଷ୍ଟ ବୋର୍ଡ, ଚର୍ଚ୍ଚ ୟୁନିୟନ୍, ମସଜିଦ ଆଦି ସମସ୍ତ ଧର୍ମାନୁଷ୍ଠାନ ସହ ଆଲୋଚନା ପରେ ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ଧର୍ମାନୁଷ୍ଠାନ ଖୋଲିବା ନେଇ ଜାରି ହୋଇଛି ଗାଇଡଲାଇନ୍ ।

Show More

Related Articles

Back to top button