Breaking PLUSଓଡ଼ିଶାମୁଖ୍ୟ ଖବର

ରାଜଘାଟ ନିକଟରେ ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା

ଉପରମୁଣ୍ଡରେ ଲଗାଣ ବର୍ଷା ଫଳରେ ଫୁଲୁଛି ସୁବର୍ଣ୍ଣରେଖା । ଜଳସ୍ତର ବୃଦ୍ଧି ପାଇଛି । ଆଜି ବାଲେଶ୍ୱର ଜିଲ୍ଲା ରାଜଘାଟ ନିକଟରେ ସୁବର୍ଣ୍ଣରେଖାର ଜଳସ୍ତର ବିପଦ ସଙ୍କେତ ଟପିଛି । ରାଜଘାଟ ନିକଟରେ ବର୍ତ୍ତମାନ ଜଳସ୍ତର ରହିଛି ୧୦.୫୪ ମିଟର । ଏଠାରେ ବିପଦ ସଙ୍କେତ ରହିଛି ୧୦.୩୬ ମିଟର । ଫଳରେ ବାଲେଶ୍ୱର ଜିଲ୍ଲାର ବାଲିଆପାଳ ଓ ଭୋଗରାଇ ବ୍ଲକର କିଛି ଅଞ୍ଚଳରେ ବନ୍ୟା ଆଶଙ୍କା ଦେଖା ଦେଇଛି ।

ବାଲିଆପାଳ ଓ ଭୋଗରାଇ ବ୍ଲକର ୫ଟି ଲେଖାଏ ପଞ୍ଚାୟତ ବିଶେଷ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି । କିଛି ତଳି ଅଞ୍ଚଳରେ ରାସ୍ତା ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖାର ବନ୍ୟା ପାଣି । କିଛି ସ୍ଥାନରେ ଗାଁରେ ପାଣି ପଶିଥିବା ସୂଚନା ମିଳିଛି ।

ସୁବର୍ଣ୍ଣରେଖାକୁ ଝାଡ଼ଖଣ୍ଡର ଗାଲୁଡିହି ବ୍ୟାରେଜରୁ ୮ ହଜାର କ୍ୟୁସେକ୍ ବନ୍ୟା ପାଣି ଛଡ଼ାଯାଇଛି । ଫଳରେ ଆଜି ଅପରାହ୍ଣ ସୁଦ୍ଧା ସୁବର୍ଣ୍ଣରେଖା ନଦୀର ଜଳସ୍ତର ଅଧିକ ବଢ଼ିବା ସମ୍ଭାବନା ରହିଛି । ଏହାପରେ କମିପାରେ ଜଳସ୍ତର । ସ୍ଥିତି ଉପରେ ବାଲେଶ୍ୱର ଜିଲ୍ଲା ପ୍ରଶାସନ ନଜର ରଖିଛି ।

Show More

Related Articles

Back to top button