ସ୍ୱାସ୍ଥ୍ୟ

ହଳଦୀ ପାଣି ଇମ୍ୟୁନିଟି ବଢ଼ାଇବା ସହିତ ଏହି ସବୁ ରୋଗରୁ ଦୂରେଇ ରଖିବାରେ ସାହାଯ୍ୟ କରେ

ଆପଣ ଆଗରୁ ହଳଦୀର ବିଭିନ୍ନ ଉପଚାର ବିଷୟରେ ପଢ଼ିଛନ୍ତି ଏବଂ ଜାଣିଛନ୍ତି । ଏହାକୁ ଖାଦ୍ୟରେ ବ୍ୟବହାର କରିବା ସହିତ ବିଭିନ୍ନ ପ୍ରକାରର ଓଷଧୀୟ ଗୁଣରେ ମଧ୍ୟ ପ୍ରୟୋଗ କରାଯାଏ ବୋଲି ଆମେ ସେଥିରେ ସମସ୍ତେ ଅବଗତ

ହଳଦୀ ଆମ ଶରୀରରେ ଥିବା ରକ୍ତ କୋଡ଼ିକ ଗୁଡ଼ିକୁ ଦୃତଗତିରେ ନିର୍ମାଣ କରିବା ସହିତ ନଷ୍ଟ ହେବାରୁ ରକ୍ଷା କରିଥାଏ ।କିନ୍ତୁ ନିକଟରେ ଏକ ଗବେଷଣା ହଳଦୀ ପାଣି ଉପରେ କରାଯାଇଛି । ଏହି ଗବେଷଣାରେ ଜଣାପଡିଛି ଯେ ଗ୍ରୀଷ୍ମ ଋତୁରେ ହଳଦୀ ପାଣି ଆମ ଶରୀର ପାଇଁ ଅତ୍ୟନ୍ତ ହିତକର ଅଟେ ।ଆସନ୍ତୁ ଜାଣିବା ଗ୍ରୀଷ୍ମ ଋତୁରେ ହଳଦୀ ପାଣିର ବ୍ୟବହାର ଦ୍ବାରା ଶରୀରକୁ କେଇଁସବୁ ଲାଭ ମିଳିବ ।।

* ଗରମ ଦିନରେ ବିଶେଷ ଭାବରେ ଆମର ପାଚନ କ୍ରିୟା ପ୍ରଭାବିତ ହୋଇଥାଏ । ଯେଉଁ କାରଣରୁ ଖାଦ୍ୟ ସହଜରେ ହଜମ ହୋଇ ନଥାଏ ଓ ଏସିଡିଟି ଗ୍ୟାସ୍ ଭଳି ସମସ୍ୟା ଦେଖା ଦେଇଥାଏ ।ଏହି ସମୟରେ ଆମେ ହଳଦୀ କୁ ପାଣିରେ ଫୁଟାଇ ଛାଣିକି ପିଇବା ଦ୍ବାରା ପାଚନ ପ୍ରକ୍ରିୟା ସୁସ୍ଥ ରହିଥାଏ ।

* ଗ୍ରୀଷ୍ମ ଋତୁରେ ବିଭିନ୍ନ ପ୍ରକାରର ତ୍ୱଚାର ସଂକ୍ରମଣ ଦେଖା ଦେଇଥାଏ।କାରଣ ଏହି ସମୟରେ ଅଧିକ ଝାଳ ବାହାରି ଶରୀରରେ ଏଲାର୍ଜି ସୃଷ୍ଟି ହୋଇଥାଏ । ଆମେ ହଳଦୀ ପାଣି ପିଇବା ଦ୍ବାରା ଏହା ପ୍ରାକୃତିକ ଭାବରେ ଆମର ରକ୍ତକୁ ସଫା କରିଥାଏ ।ଏଥିରେ ଥିବା ରେଡିକୁଲର ତ୍ଵଚକୁ ସୁସ୍ଥ ରଖେ ଏବଂ ସଂକ୍ରମଣ ଦୂର ହୋଇଯାଏ।

* ବର୍ତ୍ତମାନ ସାରା ବିଶ୍ୱରେ କରୋନା ମହାମାରୀର ଦ୍ୱିତୀୟ ଲହରୀ କାୟା ବିସ୍ତାର କରିଛି । ଗବେଷକ ମାନଙ୍କ ମତରେ ହଳଦୀର ରେ ଆଣ୍ଟୀବ୍ୟାକ୍ଟେରିଆ ଓ ଆଣ୍ଟୀଭାଇରସ ଥିବା କାରଣରୁ ଏହା ଆମ ରୋଗ ପ୍ରତିରୋଧ କ୍ଷମତାକୁ ବଢାଇ ଥାଏ । ହଳଦୀ ପାଣି ଫୁଟାଇବା ପରେ ସେଥିରେ କିଛି ମାତ୍ରାରେ ଗୋଲ ମରିଚ ଗୁଣ୍ଡ ଏବଂ ଲେମ୍ବୁ ମିଶାଇ ସେବନ କରିବା ଦ୍ବାରା ରୋଗ ପ୍ରତିରୋଧକ କ୍ଷମତା ବଢ଼ିଥାଏ ।

* ଗ୍ରୀଷ୍ମ ଋତୁରେ କୋଲେଷ୍ଟ୍ରଲ କମ କରିବା ପାଇଁ ହଳଦୀ ପାଣି ସାହାଯ୍ୟ କରିଥାଏ । ହଳଦୀ ପାଣି କୋଲେଷ୍ଟ୍ରାଲକୁ ଠିକ୍ କରିବା ସହିତ ହୃଦ୍ଘାତ ଜନିତ ସମସ୍ୟାକୁ ଏଡାଇ ଦେଇଥାଏ ।ତ ସହିତ ରକ୍ତଚାପ ମଧ୍ୟ ନିୟନ୍ତ୍ରଣ କରିଥାଏ ।

Show More

Related Articles

Back to top button