ଦେଶ ବିଦେଶସ୍ୱାସ୍ଥ୍ୟ

ଗ୍ରୀଷ୍ମ ପ୍ରକୋପରୁ ସ୍ୱାସ୍ଥ୍ୟ ସହିତ ତ୍ୱଚାକୁ ସୁସ୍ଥ ରଖିବା ପାଇଁ ଶାଗୁ ଦାନା ସେବନ କରନ୍ତୁ

ମିଳିବ ଏହିସବୁ ଲାଭ

ଆମେ ଯେ କୌଣସି ଓଷା ବ୍ରତ ଓ ପୂଜା ପର୍ବରେ ଫଳ ସହିତ ଶାଗୁ ନିଜ ଖାଦ୍ୟରେ ଗ୍ରହଣ କରିଥାଉ l କିଏ ଦୁଗ୍ଧ ସହିତ କିମ୍ବା ଅନ୍ୟ କୌଣସି ଉପାୟରେ ଖାଦ୍ୟରେ ସାମିଲ କରିଥାଏ l ଏହା ଖାଇବାକୁ ସ୍ୱାଦିଷ୍ଟ ଲାଗିବା ସହିତ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭ ଦାୟକ l ଶାଗୁରେ ଏହିଭଳି ଅନେକ ପୋଷାକ ତତ୍ୱ ରହିଥାଏ ଯାହା ଶରୀର ପାଇଁ ଅତ୍ୟନ୍ତ ଆବଶ୍ୟକ lଗ୍ରୀଷ୍ମଋତୁରେ ମଧ୍ୟ ଶାଗୁର ବିଶେଷ ଉପଯୋଗ କଟାଯାଏ l ଆସନ୍ତୁ ଜାଣିବା ସେହି ବିଷୟରେ l

* ଆଜିକାଲି ପ୍ରାୟ ସମସ୍ତେ ଓଜନ କମାଇବାକୁ ନେଇ ଚିନ୍ତିତ ,କିନ୍ତୁ ଆମ ମାନଙ୍କ ମଧ୍ୟରେ କିଛି ଏହିଭଳି ଲୋକ ମଧ୍ୟ ରହିଛନ୍ତି ଯେଉଁମାନଙ୍କର ବୟସ ତୁଳନାରେ ଓଜନ କମ୍ ରହିଛି ,ସେହିଭଳି ଲୋକମାନଙ୍କ ପାଇଁ ଶାଗୁ ଖାଇବା ନିହାତି ଆବଶ୍ୟକ l ଶାଗୁ ଆପଣଙ୍କୁ ଶକ୍ତି ଯୋଗାଇବା ସହିତ ଓଜନ ମଧ୍ୟ ବଢାଇବାରେ ସାହାଯ୍ୟ କରିଥାଏ l ଏଥିରେ କ୍ୟାଲୋରୀ ଓ କାର୍ବୋହାଇଡ୍ରେଟ ପ୍ରଚୁର ପରିମାଣରେ ରହିଛି l ଛୋଟ ପିଲ୍ଲା ଓ ସ୍ତନ୍ୟପାନ କରାଉଥିବା ମା ମାନଙ୍କ ପାଇଁ ଶାଗୁ ଦାନା ଅତ୍ୟନ୍ତ ହିତକର l

* ଆଜିକାଲି ସମସ୍ତେ ପାଚନ ସମ୍ବନ୍ଧୀୟ ସମସ୍ୟା ଦ୍ୱାରା ପ୍ରାୟ ଅସୁବିଧାର ସମ୍ମୁଖୀନ ହଉଛନ୍ତି l ଏହି ସବୁ ଅସୁବିଧାକୁ ଦୂର କରିବା ପାଇଁ ଆପଣ ଶାଗୁ ଦାନlର ସେବନ କରିପାରିବେ l ଏଥିରେ ପ୍ରୋଟିନ ସହିତ ଫାଇବର ପ୍ରଚୁର ପରିମାଣରେ ରହିଛି l ପ୍ରୋଟିନ ଓ ଫାଇବର ମିଳିତ ଭାବରେ ଆପଣଙ୍କ ପେଟର କାର୍ଯ୍ୟ ପ୍ରଣାଳୀକୁ ଠିକ ଭାବରେ ପରିଚାଳିତ କରିଥାନ୍ତି l ପେଟ ସମ୍ବନ୍ଧୀୟ ସମସ୍ୟା ପାଇଁ ଶାଗୁ କୁ ରାନ୍ଧି ଖାଇବା ଦ୍ୱାରା ଅଧିକ ଲାଭ ମିଳିଥାଏ l

* ଗ୍ରୀଷ୍ମ ଋତୁରେ ଗରମ ପ୍ରଭାବରୁ ଶରୀରକୁ ସୁସ୍ଥ ରଖିବା ପାଇଁ ଗ୍ଲୁକୋଜର ଆବଶ୍ୟକତା ହୋଇଥାଏ l ଆପଣଙ୍କ ଶରୀର ପାଇଁ ଶାଗୁ ଏହି ସମୟରେ ନିହାତି ଆବଶ୍ୟକ ଅଟେ l ଏଥିରେ ଥିବା କାର୍ବୋହାଇଡ୍ରେଟ ଆପଣଙ୍କ ଶରୀର ପାଇଁ ଗ୍ଲୁକୋଜର କାମ କରିଥାଏ l ତା ସହିତ ଆପଣଙ୍କ ଶରୀରର ଥକାପଣ ମଧ୍ୟ ଦୁରକରେ l

* ଶାଗୁ ରେ କପର ସହିତ ସେଲେନିୟମର ମାତ୍ରା ରହିଛି ,ଯାହା ଆଣ୍ଟି ଅକ୍ସିଡେଣ୍ଟ ଭଳି କାମ କରିଥାଏ ଓ ସୂର୍ଯ୍ୟର ହାନିକାରକ ୟୁ ଭି କିରଣରୁ ତ୍ୱଚାକୁ ରକ୍ଷା କରିଥାଏ l ଆପଣ ଶାଗୁ କୁ ରାତିରେ ପାଣିରେ ବତୁରାଈ ରଖି ଦିଅନ୍ତୁ ଓ ସକାଳୁ ଏହି ପାଣିକୁ ସେବନ କରିବା ଦ୍ୱାରା ତ୍ୱଚା ପାଇଁ ଲାଭଦାୟକ ହେବ l

Show More

Related Articles

Back to top button