Breaking PLUSଦେଶ ବିଦେଶମନୋରଞ୍ଜନମୁଖ୍ୟ ଖବର

ଡ୍ରଗ୍ସ ମାମଲାରେ ଅଭିନେତା ଅଜାଜ ଖାନଙ୍କୁ ଗିରଫ କଲା NCB

ଅଭିନେତା ଅଜାଜ ଖାନ ଗିରଫ । ଡ୍ରଗ୍ସ ମାମଲାରେ ପ୍ରାୟ ୮ ଘଣ୍ଟାର ଜେରା ପରେ ବୁଧବାର ଅଭିନେତା ଅଜାଜ ଖାନଙ୍କୁ ଏନସିବି ଗିରଫ କରିଛି । ମୁମ୍ବାଇ ବିମାନବନ୍ଦରରେ ଅଭିନେତା ଅଜାଜ ଖାନଙ୍କୁ ଅଟକ ରଖାଯାଇଥିଲା । ତ'ପରେ ଏନସିବିର ଅଧିକାରୀ ଅଜାଜଙ୍କୁ ଡ୍ରଗ୍ସ ମାମଲାରେ ଗୁଡ଼େଇ ତୁଡ଼େଇ ଅନେକ ପ୍ରଶ୍ନ କରିଥିଲେ ।

ଅଭିନେତା ଅଜାଜ ଖାନ ଗିରଫ । ଡ୍ରଗ୍ସ ମାମଲାରେ ପ୍ରାୟ ୮ ଘଣ୍ଟାର ଜେରା ପରେ ବୁଧବାର ଅଭିନେତା ଅଜାଜ ଖାନଙ୍କୁ ଏନସିବି ଗିରଫ କରିଛି । ମୁମ୍ବାଇ ବିମାନବନ୍ଦରରେ ଅଭିନେତା ଅଜାଜ ଖାନଙ୍କୁ ଅଟକ ରଖାଯାଇଥିଲା । ତ’ପରେ ଏନସିବିର ଅଧିକାରୀ ଅଜାଜଙ୍କୁ ଡ୍ରଗ୍ସ ମାମଲାରେ ଗୁଡ଼େଇ ତୁଡ଼େଇ ଅନେକ ପ୍ରଶ୍ନ କରିଥିଲେ ।

ଅଜାଜ ଖାନଙ୍କୁ ଗିରଫ ସହ ମାମଲାରେ ଏନସିବି ମୁମ୍ବାଇର ୨ଟି ସ୍ଥାନରେ ରେଡ୍ କରିଛି । ଗତବର୍ଷ ଏପ୍ରିଲରେ ଅଭିନେତା ଅଜାଜ ଖାନ୍ ଗିରଫ ହୋଇଥିଲେ । ସେତେବେଳେ ତାଙ୍କ ବିରୋଧରେ ମାନହାନି ମକଦ୍ଦମା, ଘୃଣାସୂଚକ ଭାଷଣ ସହ ନିର୍ଦ୍ଦେଶ ଅବମାନନା ଭଳି ଦଫା ଲାଗିଥିଲା ।

ଜୁଲାଇ ୨୦୧୯ରେ ଆପତ୍ତିଜନକ ଭିଡିଓ ତିଆରି କରି ସୋସିଆଲ୍ ମିଡିଆରେ ଅପଲୋଡ୍ ଅଭିଯୋଗରେ ସାଇବର କ୍ରାଇମ୍ ପୋଲିସ ତାଙ୍କୁ ଗିରଫ କରିଥିଲା ।

ଅଜାଜ ଖାନ୍ ଏକାଧିକ ହିନ୍ଦୀ ଚଳଚ୍ଚିତ୍ର ସହ ତେଲୁଗୁ ଫିଲ୍ମରେ ଅଭିନୟ କରିଛନ୍ତି । ବିଗ୍ ବସର ସପ୍ତମ ସଂସ୍କରଣରେ ଭାଗ ନେଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତା’ଛଡ଼ା ଅଶ୍ରାବ୍ୟ ଭାଷା ଓ ଦୁର୍ବ୍ୟବହାର ଲାଗି ଚର୍ଚ୍ଚାକୁ ଆସିଥିଲେ ।

Show More

Related Articles

Back to top button