ଓଡ଼ିଶା

ବାଇକ୍‍ ଧକ୍‍କାରେ ଜଣେ ମୃତ, ବାଇକ ଚାଳକ ଅଟକ

ଭଦ୍ରକ :ଆଜି ସନ୍ଧ୍ୟାରେ ୧୬ ନଂ ଜାତୀୟ ରାଜପଥ ଚରମ୍ପା ଟିଭିଏସ୍‍ ଶୋରୁମ୍‍ ସମ୍ମୁଖ ହନୁମାନ ମନ୍ଦିର ନିକଟରେ ଜଣେ ଯୁବକ ରାଜପଥ ପାରି ହେଉଥିବା ବେଳେ ତାଙ୍କୁ ଏକ ବାଇକ୍‍ ଧକ୍‍କା ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣ ଭଦ୍ରକ ପୁରୁଣାବଜାର ଥାନା ହଳଦିଡିହ ଗ୍ରାମର ସେକ୍‍ ରହେମାନ (୫୦) ବୋଲି ଜଣା ପଡ଼ିଛି। ରହେମାନ ରାସ୍ତା ପାରି ହେଉଥିବା ବେଳେ ରାଜପଥରେ ବାଇକ ନେଇ ଯାଉଥିବା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ରମ୍ଭିଳା ଆରଡ଼ିପଦା ଗ୍ରାମର ସନିଆ ସିଂ ତାଙ୍କୁ ଧକ୍‍କା ଦେଇଥିଲେ। ଖବର ପାଇ ଟାଉନ ଥାନା ପୁଲିସ ଦୁର୍ଘଟଣା ଘଟାଇଥିବା ବାଇକ୍‍କୁ ଜମତ କରିବା ସହିତ ସନିଆଙ୍କୁ ଥାନାରେ ଅଟକ ରଖିଛି।

Show More

Related Articles

Back to top button