ଓଡ଼ିଶା

ଆଦିବାସୀ ନାବାଳିକାକୁ ବଳାତ୍କାର କରି ଯୁବକ ଗିରଫ

ଭଦ୍ରକ : ଜନୈକା ଆଦିବସାୀ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ଏସମ୍ପର୍କରେ ନାବାଳିକାଙ୍କ ବାପା ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ଉକ୍ତ ଅଭିଯୋଗମୂଳେ ସିମୁଳିଆ ବ୍ଲକ ଧଉଳୀ ରାପେୟା ଗ୍ରାମର ଶ୍ୟାମ ଦାସଙ୍କ ପୁତ୍ର ନଣ୍ଡାକୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି। ନ।।ପାଳିକାଙ୍କ ବାପାଙ୍କ ଅଭିଯୋଗ ଅନୁଯାୟୀ ଗତ ୧୦ତାରିଖ ସେ ନିଜ ପତ୍ନୀଙ୍କ ସହ ଗ୍ରାମରେ ଏକ ଏକୋଇଶିଆ ଭୋଜିରେ ଯୋଗଦେବାକୁ ଯାଇଥିଲେ। ଏହି ସମୟରେ ତାଙ୍କ ୧୦ବର୍ଷର କନ୍ୟା ଘରେ ଏକୁଟିଆ ଥିଲା। ଏହି ସୁଯୋଗରେ ନଣ୍ଡା ତାଙ୍କ ଘରେ ପଶି ନାବାଳିକାକୁ ବଳାତ୍କାର କରି ଏକଥା ଘରେ ନକହିବାକୁ ଧମକ ଦେଇ ପଳାଇଥିଲେ। ତେବେ ଗତକାଲି ନାବାଳିକାଙ୍କର ପ୍ରବଳ ଯନ୍ତ୍ରଣା ହେବାରୁ ସେ ସାହସ ସଞ୍ଚୟ କରି ସମସ୍ତ ଘଟଣା ଘରେ କହିବା ପରେ ନାଳବିକାଙ୍କ ବାପା ରାତି ୧୦ଟାରେ ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ। ଏହି ଅଭିଯୋଗ ଆଧାରରେ ପୁଲିସ ନାବାଳିକାକୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରିଥିବାବେଳେ, ନଣ୍ଡାକୁ ଗିରଫ କରି ଆଜି କୋର୍ଟଚାଲାଣ କରିଛି।

Show More

Related Articles

Back to top button