ଦେଶ ବିଦେଶ

କେନ୍ଦ୍ର ସରକାରଙ୍କ ବଡ଼ ଯୋଜନା, ତାଲିକାରେ ସାମିଲ ହେଲା ଓଡ଼ିଶାର ୪ ଜିଲ୍ଲା ।

ମୋଦିଙ୍କ ରଣନୀତି

ନୂଆଦିଲ୍ଲୀ: ଲକଡାଉନ୍ ପାଇଁ ରୋଜଗାର ହରାଇ ଘରକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ପାଇଁ କେନ୍ଦ୍ର ସରକାରଙ୍କର ବଡ଼ ଯୋଜନା । କେନ୍ଦ୍ର ସରକାର ୬ ରାଜ୍ୟର ୧୧୬ ଦାଦନ ପ୍ରବଣ ଜିଲ୍ଲାକୁ ଚିହ୍ନଟ କରିଛନ୍ତି । ଯେଉଁସବୁ ଜିଲ୍ଲାକୁ ଲକଡାଉନରେ ଫେରିଛନ୍ତି ଅଧିକ ପ୍ରବାସୀ ଶ୍ରମିକ ସେମାନଙ୍କ ଲାଗି କେନ୍ଦ୍ରର ମୋଦି ସରକାର ଏବେ ବଡ଼ ଯୋଜନା ପ୍ରସ୍ତୁତ କରୁଛନ୍ତି । ଦେଶର୧୧୬ ଜିଲ୍ଲାକୁ ଫେରିଥିବା ପ୍ରବାସୀଙ୍କ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରୁଛନ୍ତି ସରକାର।

PM MODI
PM NARENDRA MODI

କରୋନା ଲକଡାଉନରେ ରାଜ୍ୟ ଓ ଗାଁକୁ ଫେରିଥିବା କୋଟି କୋଟି ପ୍ରବାସୀ ଶ୍ରମିକଙ୍କ ରୋଜଗାର ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ସରକାର।  ୬ ରାଜ୍ୟର ୧୧୬ ଜିଲ୍ଲାରେ ସାମାଜିକ କଲ୍ୟାଣ ଓ ଡାଇରେକ୍ଟ ବେନିଫିଟ୍ ସ୍କିମ୍ (ଡିବିଟି)କୁ ସରକାର ମିଶନ ମୋଡରେ ପରିଚାଳନା କରିବେ। ଏହାଦ୍ୱାରା ଘରକୁ ଫେରିଥିବା ପ୍ରବାସୀଙ୍କୁ ଜୀବିକା, ରୋଜଗାର, କୌଶଳ ବିକାଶ ଓ ଗରିବ କଲ୍ୟାଣ ସୁବିଧାର ଲାଭ ସୁନିଶ୍ଚିତ କରାଯାଇ ପାରିବ । ଏହି ସବୁ ଜିଲ୍ଲାରେ ମନରେଗା, ସ୍କିଲ୍ ଇଣ୍ଡିଆ, ଜନଧନ ଯୋଜନା, କିଷାନ କଲ୍ୟାଣ ଯୋଜନା, ଖାଦ୍ୟ ସୁରକ୍ଷା ଯୋଜନା, ପିଏମ୍ ଆବାସ ଯୋଜନା ସମେତ ଅନ୍ୟ କେନ୍ଦ୍ରୀୟ ଯୋଜନାରେ ମିଶନ ମୋଡରେ କାମ ଆରମ୍ଭ  ହେବ ।

ଏହା ବ୍ୟତୀତ୍ ଆତ୍ମନିର୍ଭର ଭାରତ ଅଭିଯାନରେ ଏହି ଜିଲ୍ଲା ଗୁଡ଼ିକ ଉପରେ ସ୍ୱତନ୍ତ୍ର ନଜର ଦିଆଯିବ । ସମସ୍ତ କେନ୍ଦ୍ରୀୟ ଯୋଜନା ସମ୍ପୂର୍ଣ୍ଣ ଭାବେ ଲାଗୁ କରାଯିବ । ୨ ସପ୍ତାହ ଭିତରେ ୧୧୬ ଜିଲ୍ଲାକୁ ଦୃଷ୍ଟିରେ ରଖି ଯୋଜନା ପ୍ରସ୍ତୁତ କରି ପିଏମଓକୁ ପଠାଇବାକୁ ସବୁ ମନ୍ତ୍ରାଳୟକୁ କେନ୍ଦ୍ର ସରକାର କହିଛନ୍ତି । କେନ୍ଦ୍ର ସରକାର ଚିହ୍ନଟ କରିଥିବା୧୧୬ ଜିଲ୍ଲା ମଧ୍ୟରୁ ସର୍ବାଧିକ ୩୨ ଜିଲ୍ଲା ବିହାରର । ଏଥିସହ ତାଲିକାରେ ଉତ୍ତରପ୍ରଦେଶର ୩୧, ମଧ୍ୟପ୍ରଦେଶର ୨୪, ରାଜସ୍ଥାନର ୨୨, ଝାଡ଼ଖଣ୍ଡର ୩ ଓ ଓଡ଼ିଶାର ୪ ଜିଲ୍ଲା ରହିଛି । କେନ୍ଦ୍ର ସରକାର ରାଜ୍ୟର କେଉଁ ଜିଲ୍ଲା ତାଲିକାରେ ରହିଛି ସେନେଇ ସୂଚନା ଦେଇନଥିବା ବେଳେ ଗଞ୍ଜାମ, କେନ୍ଦ୍ରାପଡ଼ା, ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ନାଁ ଥିବା କୁହାଯାଉଛି । ଲକଡାଉନ୍ ଯୋଗୁଁ ପ୍ରବାସୀ ଶ୍ରମିକମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲେ। କାମଧନ୍ଦା ବନ୍ଦ ହୋଇଯିବା ପରେ ଶ୍ରମିକମାନେ ଘରକୁ ଚାଲି ଚାଲି ଫେରିବା ଆରମ୍ଭ କରିଥିଲେ । ଏହାପରେ ପ୍ରବାସୀ ଶ୍ରମିକଙ୍କୁ ଆଣିବା ପାଇଁ ଟ୍ରେନ୍ ବ୍ୟବସ୍ଥା ହୋଇଥିଲା । ଏବେ ଘରକୁ ଫେରିଥିବା ଶ୍ରମିକଙ୍କୁ ରୋଜଗାର ଯୋଗାଇଦେବା ପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି ।

Show More

Related Articles

Back to top button