
କୋହଲି ଲେଖିଛନ୍ତି, ଅନୁଷ୍କା ତାଙ୍କ ଜୀବନର ସବୁଠାରୁ ମଜବୁତ ମହିଳା ଓ ତାଙ୍କ ଝିଅ ବି ଅନୁଷ୍କାଙ୍କ ଭଳି ହେଉ ବୋଲି ସେ ଚାହୁଁଛନ୍ତି।ଫୋଟୋ ପୋଷ୍ଟ କରି କୋହଲି ଲେଖିଛନ୍ତି, ‘ଶିଶୁ ଜନ୍ମ କଲାବେଳେ ଦେଖିବା ସହଜ କଥା ନୁହେଁ। ଏହା ଅବିଶ୍ୱାସନୀୟ ଏବଂ ଆଶ୍ଚର୍ଯ୍ୟଜନକ ଅନୁଭବ। ଏହି ଦୃଶ୍ୟ ଦେଖିଲେ ଆପଣ ମହିଳାଙ୍କ ଅସଲ ତାକତ ଓ ଦିବ୍ୟତାକୁ ବୁଝି ପାରିବେ ଏବଂ ଭଗବାନ ମହିଳାଙ୍କ ଭିତରେ ଜୀବନ କାହିଁକି ସୃଷ୍ଟି କରିଛନ୍ତି ତାହା ବି ବୁଝି ପାରିବେ। ମହିଳାମାନେ ପୁରୁଷଙ୍କ ତୁଳନାରେ ବହୁତ ମଜବୁତ।’
ଅନୁଷ୍କାଙ୍କୁ ମହିଳା ଦିବସର ଶୁଭକାମନା ଜଣାଇ କୋହଲି ଲେଖିଛନ୍ତି, ‘ମୋ ଜୀବନର ସବୁଠାରୁ ମଜବୁତ ଓ ସଫ୍ଟ ହାର୍ଟ ମହିଳାକୁ ମହିଳା ଦିବସର ଶୁଭକାମନା। ତାକୁ ବି ଶୁଭକାମନା ଯିଏ ଭବିଷ୍ୟତରେ ନିଜ ମା’ ଭଳି ହେବ। ଦୁନିଆର ସବୁ ଅଦ୍ଭୁତ ମହିଳାଙ୍କୁ ମଧ୍ୟ ମହିଳା ଦିବସର ଶୁଭକାମନା।’ଚାଳିତ ବର୍ଷ ବିରାଟ ଅନୁଷ୍କାଙ୍କ ପାଇଁ ବହୁତ ଖାସ। ଜାନୁଆରୀ ୧୧ ତାରିଖରେ ବିରୁସ୍କାଙ୍କ ଜୀବନରେ ତାଙ୍କ ଝିଅର ଆଗମନ ହୋଇଛି। ଏହି ମୁହୂର୍ତ୍ତ ଉଭୟଙ୍କ ପାଇଁ ବହୁତ ଖାସ।