
ଜୁଲାଇ ୨୬ରୁ ଦଶମ ଓ ଦ୍ଵାଦଶ ଶ୍ରେଣୀ ଖୋଲିବା ବଡ ନିଷ୍ପତ୍ତି ପରେ ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ଖୋଲିପାରେ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଯଦି ପରିସ୍ଥିତି ଠିକ୍ ରହେ ତେବେ ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ଏବଂ ସେପ୍ଟେମ୍ବର ୧୫ରୁ ଏକାଦଶ ଶ୍ରେଣୀ ଖୋଲିପାରେ, ଏହାର ସୂଚନା ଦେଇ ଶନିବାର ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ କହିଛନ୍ତି ଦଶମ, ଦ୍ଵାଦଶ ପରେ ନବମ ପାଇଁ ଆମେ ଧ୍ୟାନ ଦେଉଛୁ। ଯଦି ପରିସ୍ଥିତି ଠିକ୍ ରହେ ତେବେ ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ଖୋଲିବ। ସେହି ପରି ସେପ୍ଟେମ୍ବର ୧୫ରୁ ଏକାଦଶ ଶ୍ରେଣୀ ପାଠପଢା ଆରମ୍ଭ କରିବାକୁ ଯୋଜନା ରଖାଯାଇଛି।
ସୂଚନାଯୋଗ୍ୟ, ଜୁଲାଇ ୨୬ରୁ ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟରେ ଦଶମ ଓ ଦ୍ଵାଦଶ ଶ୍ରେଣୀରେ ପାଠପଢା ଆରମ୍ଭ ହେବ। ଯେଉଁ ସ୍କୁଲରେ ମାଟ୍ରିକ ପରୀକ୍ଷା ସେଣ୍ଟର ହେଉଛି, ସେଠାରେ ପରୀକ୍ଷା ପରେ ଖୋଲିବ। ସ୍କୁଲ ସକାଳ ୧୦ଟାରୁ ଦିନ ୧ଟା ୩୦ ଯାଏ ଖୋଲିବ।ସ୍କୁଲକୁ ଆସିବା ପିଲାମାନଙ୍କ ଇଚ୍ଛାଧୀନ ରହିବ। ଅଭିଭାବକମାନଙ୍କ ସହ ଆଲୋଚନା କରି ପିଲାମାନେ ସ୍କୁଲ ଆସି ପାରିବେ। ଏଥିସହ ଦଶମ ଓ ଦ୍ଵାଦଶ ସହ ଅନ୍ୟ ଶ୍ରେଣୀ ଅନଲାଇନ ଶିକ୍ଷା ପୂର୍ବ ପରି ଚାଲୁ ରହିବ। ସ୍କୁଲ ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳଙ୍କ ଉପରେ ନ୍ୟସ୍ତ। ଜିଲ୍ଲାପାଳ ନିଜ ଅଞ୍ଚଳରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲ ଖୋଲିବା ନେଇ ଅନୁମତି ଦେବେ।